୩ଟି ହାଇଓ୍ବା ଗାଡିକୁ ଭାଙ୍ଗିରୁଜି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 02, 2021 IST

ଢ଼େଙ୍କାନାଳ୨/୧୨: ୩ଟି ହାଇଓ୍ବାକୁ ଭାଙ୍ଗିରୁଜି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ। ଏହି ଅଗ୍ନିକାଣ୍ଡରେ ଗୋଟିଏ ହାଇଓ୍ବା ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି। ଢେଙ୍କାନାଲ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଝାଡବନ୍ଧସ୍ଥିତ ରୁଙ୍ଗଟା କାରଖାନା ନିକଟରେ ଏଭଳି ଅଘଟଣ ଘଟିଛି। ଜାତୀୟ ରାଜପଥର-୫୫ରୁ ଝାଡ଼ବନ୍ଧ ରୁଙ୍ଗଟା କାରଖାନା ରାସ୍ତାରେ ଅଚାନକ ୮/୧୦ ଜଣ ଦୁର୍ବୃତ୍ତ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଏହି ହାଇଓ୍ବା ଗାଡିଗୁଡିକୁ ଭଙ୍ଗାରୁଜା କରିଥିଲେ।

 ତେବେ ତିନୋଟି ହାଇଓ୍ବା ଖସି ପଳାଇଥିବାବେଳେ ରହିଯାଇଥିବା ହାଇଓ୍ବାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୁତ୍ତ। ରହିଥିବା ହାଇଓ୍ବେରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ସଂପର୍କରେ ଜାଣିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ। ଏହି ଗାଡିଗୁଡିକ ରୁଙ୍ଗଟା କାରଖାନାରେ ଠିକା କାମରେ ଲାଗିଥିଲା। କାରଖାନାରେ ଚାଲୁଥିବା କର୍ମଚାରୀ କ୍ୱାର୍ଟର କାମକୁ ନେଇ ଠିକାଦାର ଗୋଷ୍ଠୀଙ୍କ  ମଧ୍ୟରେ ବିବାଦରୁ ଏହି ଆକ୍ରମଣ କରାଯାଇ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଲିମି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.