Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଶରଣାର୍ଥୀ ଶିବିରରେ ଲାଗିଲା ନିଆଁ, ଅସୁବିଧାରେ ୧୩ ହଜାର ଲୋକ

10/09/2020 at 3:09 PM

ଗ୍ରୀସ ୧୦/୦୯: ଗ୍ରୀସର ଲେସଓ୍ବାସ ଦ୍ବୀପରେ ଥିବା ପ୍ରବାସୀ ଶିବିରରେ ନିଆଁ ଲାଗିଛି।  ଏହି କ୍ୟାମ୍ପରେ ଥିବା ହଜାରେ ପ୍ରବାସୀଙ୍କ ରହିବା ଠିକଣା ଖୋଜୁଛନ୍ତି ସରକାର। ଗତ ମଙ୍ଗଳବାର ଲେସଓ୍ବାଶ ମୋରିଆ କ୍ୟାମ୍ପରେ ନିଆଁ ଲାଗିଥିଲା, ଯେଉଁଥିରେ କ୍ୟାମ୍ପର ବଡ଼ ଅଂଶ ନଷ୍ଟ ହୋଇଯାଇଥିଲା। ଏହା ପରେ ଗତକାଲି ଆଉ ଥରେ ନିଆଁ ଲାଗିବାରୁ ଯାହା ବାକି ଥିଲା ସେ ସବୁ ମଧ୍ୟ ନଷ୍ଟ ହୋଇଗଲା। ଅଳ୍ପକେ ବର୍ତିଥିବା ଟେଣ୍ଟ ମଧ୍ୟ ଏବେ ପୂରା ଜଳିଯାଇଚି। ଗ୍ରୀସ ଅଧିକାରୀଙ୍କ ଅନୁସାରେ ଏହି ଶିବିରରେ ୧୩ ହଜାର ପ୍ରବାସି ରହୁଥିଲେ। ଏବେ ସେମାନଙ୍କୁ ଅସ୍ଥାୟୀ ରୂପେ ଏକ ଜାହାଜରେ ରଖାଯାଉଛି। ଏହା ବାଦ ଲେସଓ୍ବାଶରୁ ପ୍ରବାସୀଙ୍କର ୪୦୦ ପିଲାଙ୍କୁ ଗ୍ରୀସ ଅଣାଯାଇଛି।

ମନ୍ତ୍ରୀ ନର୍ଟିସ ମିତାରାଚୀ କହିଛନ୍ତି ସରକାର ମୋରିଆ କ୍ୟାମ୍ପ ନିକଟସ୍ଥ ପ୍ରବାସୀଙ୍କ ପାଇଁ ଜରୁରୀକାଳୀନ ବ୍ୟବସ୍ଥା କରୁଛନ୍ତି। ହେଇପାରେ ଦୁଇ ହଜାର ପ୍ରବାସୀଙ୍କ ରହିବା ବ୍ୟବସ୍ଥା କରିବା ମଧ୍ୟ କଷ୍ଟକର। ଆଜି ରାତି ନଚେତ ସକାଳ ସୁଦ୍ଧା ସବୁ ଲୋକଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା କରି ଦିଆଯିବ। ଯେଉଁ ପରିବାର ଖରାପ ସ୍ଥିତିରେ ଅଛନ୍ତି ସେମାନଙ୍କୁ ମେଟିଲିନ୍ ଜାହାଜ ପାଖରେ ରଖାଯିବ।

ନିଆଁ ଯୋଗୁ କୌଣସି କ୍ଷତି ହୋଇଥିବା ସୂଚନା ମିଳି ନାହିଁ ଓ କିଛି ଲୋକ ସୁରକ୍ଷିତ ସ୍ଥାନକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି।  ଜୋରରେ ପବନ ବହିବା ଯୋଗୁ ନିଆଁ ଚାରିଆଡ଼େ ଲାଗିଥିଲା। ଗତକାଲି ସକାଳ ସୁଦ୍ଧା ନିଆଁ ଲିଭିପାରେ।  ନିଆଁ ଲିଭାଇବା ପାଇଁ ୨୦ ଜଣ କର୍ମୀ ଓ ୧୦ ଗାଡ଼ି ସମେତ ଗୋଟିଏ ହେଲିକେପ୍ଟର ପଠାଯାଇଥିଲା। ନିଆଁ ଲିଭାଇବାକୁ କିଛି ପ୍ରବାସୀ ବିରୋଧ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ମୋରିୟା କ୍ୟାମ୍ପରେ ନିଆଁ ଲାଗିବା ଘଟଣା ପୂର୍ବରୁ ୩୫ ଲୋକଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା। କ୍ବାରାଣ୍ଟିନ୍ ନିୟମ ଲାଗୁ କରିବା ପରେ କ୍ୟାମ୍ପରେ ନିଆଁ ଲାଗିଥିଲା। କିଛି ସଂକ୍ରମିତ ଲୋକଙ୍କୁ ଯେତେବେଳେ ଅନ୍ୟ ଲୋକଙ୍କ ଠାରୁ ଅଲଗା କ୍ବାରାଣ୍ଟିନ୍ ରହିବାକୁ କୁହାଗଲା ସେମାନେ ଏହାକୁ ଗ୍ରହଣ କରି ନ ଥିଲେ। ତେବେ ଏବେ ସ୍ଥିତି ଗମ୍ଭୀର ଥିବା କୁହାଯାଉଛି କାରଣ ଯେଉଁମାନେ ଲୋକ ବାହାରେ ଅଛନ୍ତି ସେମାନଙ୍କ ମଧ୍ୟରେ କେତେକ କରୋନା ସଂକ୍ରମିତ ଥାଇପାରନ୍ତି। ଏହି ଶିବିରରେ ରହୁଥିବା ୭୦ ପ୍ରତିଶତ ଲୋକ ଆଫଗାନିସ୍ତାନର।

   Related Posts