ସପିଙ୍ଗ୍ ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ: ନିଆଁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ

Published By : Prameya-News7 Bureau | April 13, 2021 IST

ଗାଜିଆବାଦ ୧୩/୦୪ : ଦିଲ୍ଲୀ ଗାଜିଆବାଦ ଇନ୍ଦିରାପୁରମ ସ୍ଥିତ ଜୟପୁରିଆ ମଲରେ ମଙ୍ଗଳବାର ଦିନ ଅଚାନକ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ମଲର ତୃତୀୟ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଓ ଦେଖୁ ଦେଖି ମଲରେ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏବେ ଯାଏଁ ଜଣାପଡିନାହିଁ। କିନ୍ତୁ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇଥିବା ସୂଚନା ମିଳିନାହିଁ।

{"id":437888,"sizeSlug":"large","linkDestination":"none"}

ନିଆଁ ଲାଗିବା ଖବର ଚାରିଆଡେ ବ୍ୟାପି ଯାଇଥିଲା। ଖବର ପାଇ ଲୋକେ ମଲ ଆଖପାଖରେ ଭିଡ ଜମାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ମଲ ପାଖକୁ ଯିବାକୁ ରୋକିଥିଲା। ଅନେକ ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ଅଗ୍ନିଶମ ବିଭାଗ କହିଛି।

{"id":437890,"sizeSlug":"large","linkDestination":"none"}

ନିଆଁ ଲାଗିବା ପରେ ମଲକୁ ସମ୍ପୂର୍ଣ ଖାଲି କରିଦିଆଯାଇଛି। ମଲରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଏବେ ସୁଦ୍ଧା କେହି ଆହତ ହୋଇଥିବା ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.