ଗ୍ୟାସ୍ ଚୁଲାରୁ ଅଗ୍ନିକାଣ୍ଡ: ଜଣେ ମହିଳା ଗୁରୁତର

Published By : Prameya-News7 Bureau | June 16, 2020 IST

ଆନନ୍ଦପୁର୧୬/୬: ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁରେ ଗ୍ୟାସ୍‌ରୁ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନିକଟସ୍ଥ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଲଗାତାର ଅବନତି ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର  କରାଯାଇଛି।

ସୂଚନା ଅନୁଯାୟୀ,  ଗୟଳମୁଣ୍ଡା ଗାଁର ଚାଟରା ସିଦ୍ଧୁଙ୍କ ସ୍ତ୍ରୀ ବୁଧୁନି  ଆଜି ଗ୍ୟାସ୍‌ ଚୁଲା ଲଗାଇ ସେଥିରେ ଅଗ୍ନି ସଂଯୋଗ ପାଇଁ ଲାଇଟର ମାରିବା ସମୟରେ ହଠାତ୍‌ ଖୁବ୍ ଜୋରରେ ନିଆଁ ଜଳି ପିନ୍ଧା ଲୁଗାକୁ ଲାଗିଯାଇଥିଲା। ଅସାବଧାନତାରୁ  ଏଭଳି ଦୁର୍ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.