ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୨ଟି ଫଳ ଦୋକାନ

Published By : Prameya-News7 Bureau | January 24, 2020 IST

ଭୁବନେଶ୍ବର ୨୪।୦୧: ଭୁବନେଶ୍ବର କଳ୍ପନା ଛକ ନିକଟରେ ଥିବା ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ଟି ଫଳ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ପୂର୍ବ ବିବାଦକୁ ନେଇ ନିଆଁ ଲଗାଯାଇଥିବା ଫଳ ଦୋକାନୀମାନେ ଅଭିଯୋଗ କରିଛନ୍ତି ।

{"id":215126,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୧୨.୩୦ ସମୟରେ ହଠାତ୍‌ ଦୋକାନରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ପାଖରେ ଥିବା ସମସ୍ତ ଦୋକାନକୁ ନିଆଁ ବ୍ୟାପିଯାଇଥିଲା । ଗୋଟିଏ ପରେ ଗୋଟିଏ ଦୋକାନ ହୋଇ ୧୨ଟି ଦୋକାନ ପୋଡି ଯାଇଛି। ସ୍ଥାନୀୟ ଦୋକାନୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ ।

{"id":215128,"sizeSlug":"large"}

ଅଗ୍ନିକାଣ୍ଡର ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥିଲା । ତେବେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୩ଲକ୍ଷ ଟଙ୍କା ସମ୍ପିତ୍ତ ପୋଡି ପାଉଁଶ ହୋଇଯାଇଛି ।

{"id":215129,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.