ଜଙ୍ଗଲରେ ନିଆଁଁ: ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟବାନ ଗଛ

Published By : Prameya-News7 Bureau | February 22, 2021 IST

ପାଟଣା୨୨/୨: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମ୍ୟ ଜଙ୍ଗଲରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବାରୁ ଲକ୍ଷାଧିକ ଟଙ୍କାର ଗଛ ପୋଡି ଜଳି ପାଉଁଶ ହୋଇଯାଇଛି। ଏହି ନିଆଁରେ ଆକାଶି ଗଛ ଜଳିପୋଡି ନଷ୍ଟ ହୋଇଯାଇଛି। ବନ ବିଭାଗ ତରଫରୁ ଏରେଣ୍ଡେଇ ବୈତରଣୀ ନଦୀ କୂଳରେ ଥିବା ଶ୍ମଶାନ ଘାଟରେ ୨୫ ଏକର ପରିସୀମା ମଧ୍ୟରେ ୧୬ ହଜାର ଆକାଶିଆଗଛ ଚାରା ରୋପଣ କରାଯାଇଥିଲା। ସୋମବାର ସନ୍ଧ୍ୟାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ୨ହଜାରରୁ ଊର୍ଦ୍ଧ୍ବ ମୂଲ୍ୟବାନ ଆକାଶିଆ ଗଛ ଜଳି ପୋଡି ନଷ୍ଟ ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କିଏ କାହିଁକି କେଉଁ ଉଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଲା, ତାହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.