ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୭ ଜଣ ଛାତ୍ର

Published By : Prameya-News7 Bureau | November 29, 2018 IST

ବ୍ରହ୍ମପୁର ୨୯|୧୧:  ବ୍ରହ୍ମପୁର ଗଜପତି ନଗର ଚତୁର୍ଥ ଲେନ୍ ସ୍ଥିତ ସଂସ୍କାର ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୭ ଜଣ ଛାତ୍ର । ବିଳମ୍ବିତ ରାତିରେ ହଠାତ୍ ନିଆଁ ଜଳିବା ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ୨୭ ଜଣ ପିଲାଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନି । ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.