ଭୁବନେଶ୍ୱର ସ୍ଥିତ ଦିଶା ଇନ୍ଷ୍ଟିଚ୍ୟୁଟ୍ରେ ଅଗ୍ନିକାଣ୍ଡ
27/08/2018 at 10:05 PM

ଭୁବନେଶ୍ୱର ୨୮।୮ : ଭୁବନେଶ୍ୱର ଦିଶା ଇନଷ୍ଟିଚ୍ୟୁଟ୍ରେ ଅଗ୍ନିକାଣ୍ଡ । ଆଚାର୍ଯ୍ୟବିହାର ଛକରେ ଥିବା ଏହି ଅନୁଷ୍ଠାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।