ପତ୍ତା ମିଳୁନାହିଁ ସେମାନଙ୍କର - ଦିଲ୍ଲୀର ଅଗ୍ନିକାଣ୍ଡ ସ୍ତବ୍ଧ କରିଦେଇଛି ସାରା ଦେଶକୁ

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୦୭।୧୨ - ଦିଲ୍ଲୀର ଅଗ୍ନିକାଣ୍ଡ ଆଜି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ମୃତାହତଙ୍କ ମଧ୍ୟରୁ ଅଧିକାଂଶ ବିହାରର। ଆଉ ଏହି ଶ୍ରମିକଙ୍କ ପରିବାରବର୍ଗ ସେମାନଙ୍କୁ ଖୋଜିଖୋଜି ବିବ୍ରତ ହୋଇଯାଉଥିଲେ। । ଅନେକ ଅଭିଯୋଗ କରିଥିଲେ ସେମାନଙ୍କ ନିକଟ ସଂପର୍କିୟଙ୍କ ଖୋଜଖବର ମିଳୁନାହିଁ।

{"id":195409,"sizeSlug":"large"}

ଭିଓ ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳାମାନେ। କାହାର ପୁଅ କାହାର ସ୍ବାମୀ । ପତ୍ତା ମିଳୁନାହିଁ ସେମାନଙ୍କର। ସେମାନେ କେବଳ ଏତିକି ଜାଣିଥିଲେ ଅନାଜମଣ୍ଡିର  ଏହି ଫ୍ୟାକ୍ଟ୍ରିରେ ସେମାନେ କାମ କରୁଥିଲେ। ମାତ୍ର କିଛି ଟଙ୍କା ରୋଜଗାର ପାଇଁ ଦିନରାତି ସେହି ଫ୍ୟାକ୍ଟ୍ରିରେ ପଡ଼ିରହିଥାନ୍ତି ଶ୍ରମିକମାନେ। ଆଉ ଆଜି ଫ୍ୟାକ୍ଟ୍ରି ହିଁ ସେମାନଙ୍କୁ ଗିଳିଦେଲା। ନିଆଁର ଧୁଆଁରେ ସେମାନେ କେଉଁଠି ହଜିଗଲେ ଖୋଜି ପାଉନାହାନ୍ତି।  

{"id":195410,"sizeSlug":"large"}

ଆହତମାନଙ୍କୁ ନିକଟସ୍ଥ ୫ଟି ହସ୍ପିଟାଲକୁ ନିଆଯାଇଥିଲା। ତେବେ ପରେ ଯେତେବେଳେ ସଂପର୍କିୟମାନଙ୍କୁ ଡାକ୍ତରଖାନାରେ ଖୋଜିଥିଲେ ପାଇନଥିଲେ। ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଦୌଡ଼ିଦୌଡ଼ି ସଂପର୍କିୟମାନେ ବିବ୍ରତ ହୋଇଯାଇଥିଲେ। ଏପରିକି କିଛି କହିଥିଲେ ଯେ ସେମାନେ ଦେଖିଥିଲେ ସେମାନଙ୍କ ସଂପର୍କିୟଙ୍କୁ ହସ୍ପିଟାଲ ନିଆଯାଇଲା। କିନ୍ତୁ ତାପରେ ଆଉ ଖୋଜ ଖବର ପାଇନଥିଲେ।

ପଡ଼ୋଶୀମାନେ ଦେଖୁଥିଲେ କିଛି କରିପାରୁନଥିଲେ। ପାଖ ଘରେ ନିଆଁ ଲାଗିଥିଲା ଆଉ ଘର ଭିତରୁ ଚିତ୍କାର ଶୁଭୁଥିଲା। କିନ୍ତୁ ଭିତରକୁ ଯିବା ଲାଗି ନଥିଲା ରାସ୍ତା। ବାହାରୁ ଲୋକେ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ଧୂଆଁ ଯେତେଯେତେ ବଢ଼ିଥିଲା ଭିତରର ଚିତ୍କାର ଧିରେ ଧିରେ ବନ୍ଦ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.