ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ

Published By : Prameya-News7 Bureau | February 14, 2020 IST

ଭୁବନେଶ୍ୱର ୧୪।୦୨ - ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ ଲାଗିଛି । ଏଠାରେ ନିଆଁ ଲାଗିବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିଶମ ବାହିନୀର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଦାରୁଠେଙ୍ଗରେ ଥିବା ଡମ୍ପିୟାର୍ଡକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହ ପୁଲିସ ଓ ପ୍ରଶାସନ ସହ ସ୍ଥାନୀୟ ବାସିନ୍ଦା ମୁହାଁ ମୁହିଁ ହୋଇଛନ୍ତି ।

୬୬ ଏକର ଅଞ୍ଚଳରେ ଦାରୁଠେଙ୍ଗରେ ଭୁଆଷୁଣୀ ଡମ୍ପିୟାର୍ଡ କରାଯାଇଛି । ଏହାକୁ ସ୍ଥାନାନ୍ତର କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ବିକ୍ଷୋଭ ଓ ଧାରଣା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.