କଟକ ତେଲେଙ୍ଗା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ
5/01/2020 at 8:29 PM

କଟକ ୦୫।୦୧- -କଟକ ତେଲେଙ୍ଗା ବଜାରଠାରେ ଥିବା ଏକ ଦୋକାନରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ତେତେଙ୍ଗା ବଜାରରେ ଥିବା ରଘୁନାଥଜିଉ ସପ୍ଲାୟର୍ସ ନାମକ ଏକ କ୍ୟାଟରିଙ୍ଗ ଓ ଟେଣ୍ଟ ହାଉସ ସଂସ୍ଥାର ଗୋଦାମରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।
ଏହି ଅଗ୍ନିକାଣ୍ଡରେ ସପ୍ଲାଏ ଏଜେନ୍ସିର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ଗୋଦମ ଘରେ ଥିବା ଏକ ଗ୍ୟାସ୍ ସିଲିଣ୍ଡରରେ ଅଗ୍ନିକାଣ୍ଡ କାରଣରୁ ବିସ୍ଫୋରଣ ଘଟି ଗୋଦାମର ଆଜବେଷ୍ଚସ୍ ଉଡି ଯାଇଛି।ଘଟଣା ସ୍ଥଳରେ ଦୁଇଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।.
Related Posts
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021