କୋଇଲା ବୋଝେଇ ଟ୍ରେନରେ ନିଆଁ : ସୋର ଷ୍ଟେସନରେ ଅଟକି ରହିଛି ଟ୍ରେନ

Published By : Prameya-News7 Bureau | June 10, 2019 IST

ସୋର ୧୦/୬ : ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଛି । ତାଳଚେରରୁ ହଳଦିଆ ଯାଉଥିବା ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଟ୍ରେନଟି ସୋର ଷ୍ଟେସନରେ ଅଟକି ରହିଛି । ସେହି ରୁଟିରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

{"id":121586}


ସୂଚନାଯୋଗ୍ୟ ଯେ, ତାଳଚେରରୁ ହଳଦିଆ ଯାଉଥିବା ୫୮ ବଗି ବିଶିଷ୍ଟ ଟ୍ରେନର ପଛ ବଗିରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଜାଣିବାପରେ ଟ୍ରେନଟି ସୋର ଷ୍ଟେସନ ନିକଟରେ ଅଟକି ରହିଛି । ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.