ରାଜଧାନୀରେ ପୁଣି ଭୟାବହ ଅଗ୍ନିକାଣ୍ଡ : ୯ମୃତ, ୧୦ରୁ ଅଧିକ ଆହତ !

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ ୨୩।୧୨: ରାଜଧାନୀ ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ । କିରାଡି ଅଞ୍ଚଳରେ ନିଆଁଲାଗି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସନ୍ଦେହ କରାଯାଉଛି  । ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡରେ ପୋଡି ହୋଇ ଗୁରୁତର ଥିବା ବ୍ୟକ୍ତିଙ୍କୁ ଚିକିତ୍ସାଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ  ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତ ମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ଜାରି ରଖିଛନ୍ତି ।  

wp:core-embed/twitter {"url":"https://twitter.com/ANI/status/1208895998379978753","type":"rich","providerNameSlug":"twitter","className":""}
https://twitter.com/ANI/status/1208895998379978753
/wp:core-embed/twitter

ସୂଚନାଯୋଗ୍ୟ ଯେ, କିରାଡି ଅଞ୍ଚଳରେ ଥିବା  ଏକ ଲୁଗା ଗୋଦାମରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁର ପୋଡି ହୋଇ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଗୁରୁତର ଥିବା ବ୍ୟକ୍ତିଙ୍କୁ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମାସରେ ଦିଲ୍ଲୀର ଝାନ୍‌ସି ଅଞ୍ଚଳରେ ଥିବା ଅନାଜ ମଣ୍ଡି ନିଆଁ ଲାଗି ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଅଗ୍ନିକାଣ୍ଡ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

{"id":201305,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.