Sunday, March 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୟାବହ ଅଗ୍ନିକାଣ୍ଡ : ୭୦ମୃତ, ୪୦ରୁ ଅଧିକ ଗୁରୁତର

ଢାକା ୨୧|୨: ବାଂଲାଦେଶ ରାଜଧାନୀ ଢାକାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ଜଣ ଗୁରୁତର ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ବଢିବାରେ ଆଶଙ୍କା ରହିଛି ।

ରାଜଧାନୀର ପୁରୁଣା ସହର ଅଞ୍ଚଳରେ ଏକ କୋଠାରେ ପ୍ରଥମେ ନିଆଁ ଲାଗିଥିଲା । ଏହି କୋଠାରେ କେମିକାଲର ଗୋଦାମ ଥିଲା । ଫଳରେ ନିଆଁ ଶୀଘ୍ର ବ୍ୟାପୀ ଯାଇଥିଲା । ଦେଖୁ ଦେଖୁ ଆଖପାଖକୁ ନିଆଁ ବ୍ୟାପୀ ଯାଇଥିଲା ।

ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାଖାପାଖି ୩୦ଟି ଦମକଳ ଗାଡି ନିୟୋଜିତ ଥିଲା । ଅଗ୍ନିଶମବାହିନୀ ୧୨ଟି ମୃତଦେହ ଅପର୍ଯ୍ୟନ୍ତ ବାହାର କରିଛନ୍ତି । ସଂପୂର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ କରାଯିବ ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଗ୍ୟାସ୍ ସିଲିଣ୍ଡର ଫାଟିବା କାରଣରୁ ଅଗ୍ନିକାଣ୍ଡ ହୋଇଥିଲା ।

327 Views

   ସମ୍ବନ୍ଧିତ ଖବର