ରାସ୍ତା ଉପରେ ହୁ ହୁ ହୋଇ ଜଳିଲା ଅଟୋ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | November 02, 2019 IST

ବାରଙ୍ଗ ୨।୧୧: ବିଚ୍ ରାସ୍ତାରେ ହୁ ହୁ ହୋଇ ଜଳିଗଲା ଜେନେରେଟର ବୋଝେଇ ଅଟୋ । ଗାଡିରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ଅଟୋଚାଳକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି ।

{"id":178084}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ପଟିଆ କଲେଜ ଛକ ନିକଟରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟଲୋକେ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ବାହାରୁ ଆସି ଦେଖବାକୁ ମିଳିଲା ବିଚ୍ ରାସ୍ତାରେ ହୁ ହୁ ହୋଇ ଜଳୁଛି ଏକ ଅଟୋ । ଅଟୋରେ ନିଆଁ ଲାଗିଥିବାର ଦେଖି ସ୍ଥାନୀୟଲୋକେ ଏହାକୁ ଲିଭାଇବା ପାଇଁ ପାଣି ପକାଇବା ଆରମ୍ଭ କରିଥିଲେ । କିନ୍ତୁ ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ପାଣି ପକାଇବା ପରେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଅଟୋର ଅଧିକାଂଶ ଭାଗ ପୋଡି ପାଉଁଶ ହେବା ସହ ୧୦ଟି ଛୋଟବଡ ଜେନେରେଟର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଡ୍ରାଇଭରର ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":178085}

ବାଲୁଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀ ୧୨ଟି ଜେନେରେଟର ଆଣିବା ପାଇଁ ଅଟୋଚାଳକଙ୍କୁ ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡକୁ ପଠାଇଥିଲେ । ଅଟୋଚାଳକ ବରମୁଣ୍ଡା ବସଷ୍ଟାଣ୍ଡରୁ ୧୨ଟି ଜେନେରେଟର ଆଣି ନିଜ ଅଟୋରେ ଆଣି ପଟିଆ ଅଞ୍ଚଳର ଜଣେ ବନ୍ଧୁଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ସେଠାରୁ ଆଜି ସକାଳେବାଲୁଙ୍ଗା ଫେରୁଥିବା ବେଳେ ପଟିଆ କଲେଜ ଛକ ନିକଟରେ ଏପରି ଘଟଣା ଘଟିଥିଲା । ନିଆଁ କିପରି ଓ କେମିତି ଲାଗିଲା ଅଟୋ ଚାଳକ କଥାକୁ ଭିତ୍ତି କରି ପୋଲିସ ଜାରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.