ଆସିକା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ; ଜଳିଗଲା ଦୁଇଟି ହୋଟେଲ

Published By : Prameya-News7 Bureau | November 30, 2018 IST

ଗଞ୍ଜାମ ୩୦|୧୧:  ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଦୁଇଟି ହୋଟେଲ ନିଆଁରେ ପୋଡି ଛାରଖାର ହୋଇଯାଇଛି ।   ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତି କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଘଟଣା ଘଟିବା ପରେ ଖବର ପାଇ ଆସିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ପହଞ୍ଚିବା ବେଳକୁ ସବୁ ପୋଡି ଛାରଖାର ହୋଇଯାଇଥିଲା । କେହି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଆସିକା ବସଷ୍ଟାଣ୍ଡରେ ଏହିଭଳି ଅଗ୍ନିକାଣ୍ଡ ଘଟିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.