Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

10/08/2018 at 4:48 AM

ଭୁବନେଶ୍ୱର ୧୦/୮ : ଅନନ୍ତବାସୁଦେବ ମନ୍ଦିର ପରିସରରେ ଥିବା ରୋଷଘରେ ନିଆଁ ଲାଗି ୨୨ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଭୋରରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗର ୩ଟି ୟୁନିଟ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ରୋଷ ଘର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମାସେ ପର୍ଯ୍ୟନ୍ତ ବରାଦି ଅବଢା ନ ବାହାରି ପାରେ । ଠାକୁରଙ୍କ ପ୍ରସାଦ ପାଇଁ ମନ୍ଦିର ପରିସରରେ ଏକ ଅସ୍ଥାୟୀ ଚୁଲା କରାଯିବ ବୋଲି ସେବାୟତ କହିଛନ୍ତି । ଖବର ପାଇ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଷଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

   Related Posts