ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୪ ବଖରା ଘର, ୧୦ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ, ଜଣେ ମହିଳା ଆହତ
28/11/2020 at 11:02 PM

ଆନନ୍ଦପୁର୨୮/୧୧: ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଭୟାବହ ଅଗ୍ନିକାଣ୍ଡ ୬ ପରିବାରର ୧୪ ବଖରା ଘର ପୋଡି ଜଳି ପାଉଶ ହୋଇଗଲା। ଏହି ଅଗ୍ନିକାଣ୍ଡରେ ୩ଟି ଛେଳି ଏବଂ ୭ଟି ଗୋରୁ ଜୀବନ୍ତ ଦଗ୍ଧ ସହ ଜଣେ ମହିଳା ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଲାଗି ଦାସ ସାହିର ୬ଟି ପରିବାରର ୧୪ ବଖରାରୁ ଉର୍ଦ୍ଧ୍ବ ଘର ପୋଡି ଯାଇଥିବାବେଳେ ଜଣେ ମହିଳା ନିଆଁରେ ପୋଡି ହୋଇ ଆହତ ହୋଇଛନ୍ତି। ଖବରପାଇ ଆନନ୍ଦପୁର ଓ ଚେନାପଦିରୁ ଦୁଇଟି ଦମକଳ ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଛି।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021