ଜେଲରେ ଲାଗିଗଲା ନିଆଁ : ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲେ ୪୧ କଏଦୀ, ୩୯ ଗୁରୁତର ଆହତ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮/୦୯:ଇଣ୍ଡୋନେସିଆର ରାଜଧାନୀ ନିକଟସ୍ଥ ଏକ କାରାଗାରରେ ଅଗ୍ନିକାଣ୍ଡ ହୋଇଛି । ସେହି ଅଗ୍ନିକାଣ୍ଡରେ କାରାଗାରରେ ଥିବା ୪୧ଜଣ କଏଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ନ୍ୟାୟ ମନ୍ତ୍ରଣାଳୟର ସୁଧାର ବିଭାଗର ମୁଖପାତ୍ର ରିକା ଅପରିଆନ୍ତି କହିଛନ୍ତି କି ରାଜଧାନୀ ଉପକଣ୍ଠରେ ଥିବା ଟାଙ୍ଗରଙ୍ଗ ଜେଲର 'ସି ବ୍ଲକ୍'ରେ ଏହି ଅଗ୍ନିକାଣ୍ଡ ହୋଇଛି। ତେବେ ସେଠାରେ ଡ୍ରଗ୍ କାରବାର ସହ ଜଡିତ ଥିବା ଅପରାଧୀଙ୍କୁ ସେହି କାରାଗାର ବା ଜେଲରେ ରଖାଯାଇଛି। ଏନେଇ ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ମଧ୍ୟ ଅନୁସନ୍ଧାନ କରୁଛନ୍ତି।

ଘଟଣାକୁ କେନ୍ଦ୍ର କରି ସେ କହିଛନ୍ତି ଯେ ଏହି ଜେଲର କ୍ଷମତା ହେଉଛି ୧୨୨୮ କଏଦୀଙ୍କୁ ରଖାଯାଇପାରିବ ହେଲେ ସେଠାରେ ଦୁଇ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଜେଲର 'ସି ବ୍ଲକ୍'ରେ ୧୨୨ ଜଣ କଏଦୀ  ଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ସଂଖ୍ୟକ ପୋଲିସ ଓ ସୈନିକଙ୍କୁ ସେବାରେ ଲଗା ଯାଇଥିଲା । ଅନେକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ବନ୍ଦୀ ଥିବା କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ପ୍ରବକ୍ତା କହିଛନ୍ତି।

ସେପଟେ ଇଣ୍ଡୋନେସିଆରେ ଜେଲରୁ ପଳାୟନ କରିବା ଏବଂ ଦଙ୍ଗା ପାଇଁ ନିଆଁ ଲାଗିବା ସାଧାରଣ କଥା । ତେବେ ଜେଲରେ ଅତ୍ୟଧିକ ଭିଡ଼ର ସମସ୍ୟା ପାଲଟିଛି ଯାହାକି ଅର୍ଥ ଅଭାବରୁ ତଥା ବହୁ ସଂଖ୍ୟକ ଲୋକ ବେଆଇନ ଡ୍ରଗ୍ସ ପାଇଁ ଗିରଫ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.