ନିଆଁ ଲାଗି ଜଳିଗଲା ୪ ବଖରା ଘର, ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

Published By : Prameya-News7 Bureau | December 27, 2020 IST

ସୋର୨୭/୧୨: ରବିବାର ସକାଳେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏହି ନିଆଁରେ ୪ ବଖରା ଘର ଜଳି ଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଜଳି ପାଉଁଶ​‌ ହୋଇଯାଇଥିଲା। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ପାଖ ପଞ୍ଚାୟତ ଗୋପିନାଥପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଉକ୍ତ ଗ୍ରାମର ରେବତୀ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଏହି ଘଟଣା ସଂପର୍କରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଆୟତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.