PM ଆବାସ ପରିସରରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ: PMO

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ ୩୦।୧୨:  ରାଜଧାନୀ ଦିଲ୍ଲୀର ୯-ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ପରିସରରେ ସୋମବାର ସନ୍ଧ୍ୟାରେ ଘଟିଥିବା ଅଗ୍ନିକାଣ୍ଡକୁ ଦମକଳ ବାହିନୀ ଆୟତ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଥିବା ଏସ୍‌ପିଜି ରିସେପସନ୍ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇ ଦମକଳ ବିଭାଗର ୭ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

wp:html /wp:html

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ସକ୍ରିୟତାର ସହ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଥବା ବାସଭବନରେ ଅଗ୍ନିକାଣ୍ଡ ଘଟିନାହିଁ । ଏଲକେଏମ କମ୍ପ୍ଲେକ୍ସରେ ଥିବା ଏସ୍‌ପିଜି ରିସେପସନ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ପିଏମଓଙ୍କ କାର୍ଯ୍ୟାଳୟ ସୂଚିତ କରିଛନ୍ତି।

{"id":204790,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ଆବାସ ରାଜଧାନୀର ଅତ୍ୟନ୍ତ ସୁରକ୍ଷିତ ସ୍ଥାନମାନଙ୍କ ମଧ୍ୟରେ ଅନ୍ୟତମ। ଏଣୁ ଅଗ୍ନିକାଣ୍ଡ ସୂଚନା ପାଇବାମାତ୍ରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ପିଏମଓଙ୍କ କାର୍ଯ୍ୟାଳୟ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.