ଶ୍ରୀଲଙ୍କା ଉପକୂଳରେ ବୁଡିଲା ନିଆଁ ଲାଗି ଜଳି ଯାଇଥିବା କାର୍ଗୋ ଜାହାଜ, ଚିନ୍ତାରେ ପରିବେଶ ବିଦ୍

Published By : Prameya-News7 Bureau | June 17, 2021 IST

କଲମ୍ବୋ:  ଶ୍ରୀଲଙ୍କା ଉପକୂଳରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ପଣ୍ୟବାହୀ ପୋତଟି ଶେଷରେ ବୁଡି ଯାଇଛି। ଜାହାଜଟି କଲମ୍ବୋ ବନ୍ଦରକୁ ରସାୟନ ବୋଝେଇ ନେଇ ଆସିଥିଲା। ଏଣୁ ଏହା ବୁଡିଯିବା ଯୋଗୁ ଏବେ ପରିବେଶ ଲାଗି ଚିନ୍ତାର କାରଣ ପାଲଟିଛି। ସିଙ୍ଗାପୁର ପତାକାରେ ଚାଲୁଥିବା ପଣ୍ୟବାହୀ ଜାହାଜ ଏକ୍ସପ୍ରେସ୍‌ ପର୍ଲର ଭଗ୍ନାବଶେଷ ସମୁଦ୍ରରେ ୨୧ ମିଟର ତଳେ ପଡିଛି। ତେବେ ଏଥିରୁ ଇନ୍ଧନ ଅଥବା ଜାହାଜର ଭଗ୍ନାବଶେଷ ଯେପରି ପରିବେଶ କ୍ଷତି ନ କରେ ସେଥିପାଇଁ ଘଟଣାସ୍ଥଳରେ ଏକ ଉଦ୍ଧାରକାରୀ ଦଳ ମହଜୂଦ ଥିବା ଏକ୍ସପ୍ରେସ୍‌ ଫିଡର୍ସ ସୂଚିତ କରିଛନ୍ତି।

{"id":467560,"sizeSlug":"large","linkDestination":"none"}

ଶ୍ରୀଲଙ୍କା ସମୁଦ୍ର ପରିବେଶ ପ୍ରାଧିକରଣ ମୁଖ୍ୟ ଦର୍ଶିନୀ ଲହନ୍ଦାପୁରା ମଧ୍ୟ ଜାହାଜଟି ବୁଡି ଯାଇଥିବା ପୁଷ୍ଟି କରିଛନ୍ତି। ତେବେ ସମୁଦ୍ର ଏବେ ଅଶାନ୍ତ ଥିବାରୁ ଏଠାରୁ ଜାହାଜର ଧ୍ୱଂସାବଶେଷ ମଧ୍ୟ ବାହାର କରିହେବନି। ଏଠାକୁ ଗତମାସରୁ ମୌସମୁମୀ ପହଞ୍ଚିସାରିଲାଣି। ଏଣୁ ସମୁଦ୍ରରେ ଉଚ୍ଚାଉଚ୍ଚା ଲହଡି ଉଠୁଛି। ଏଥିରେ ଜାହାଜକୁ ପାଣି ତଳୁ ବାହାର କରିବା ଏବେ ସମ୍ଭବ ନୁହେଁ। ସେପ୍ଟେମ୍ବର ବେଳକୁ ଶ୍ରୀଲଙ୍କାରୁ ମୌସୁମୀ ଅପସାରଣ ହେବ। ଏହା ସହ ସମୁଦ୍ର ମଧ୍ୟ କ୍ରମଶଃ ସ୍ଥିର ହେବାକୁ ଲାଗିବ। ସେତେବେଳେହିଁ ଯାହା କିଛି କରାଯାଇପାରିବ ବୋଲି ଲହନ୍ଦପୁରା କହିଛନ୍ତି।

{"id":467562,"width":835,"height":549,"sizeSlug":"large","linkDestination":"none"}

ତେବେ ଜାହାଜର ମାଲିକ କମ୍ପାନୀ ସେ ପର୍ଯ୍ୟନ୍ତ ସମୁଦ୍ର ତଳେ ବୁଡି ରହିଥିବା ଜାହାଜକୁ ବାହାର କରିବା ଲାଗି ଏକ କାର୍ଯ୍ୟନିର୍ବାହୀ କମ୍ପାନୀକୁ ନିଯୁକ୍ତ କରିଛନ୍ତି। ଏହି କମ୍ପାନୀ ସମ୍ପୂର୍ଣ୍ଣ କ୍ଷେତ୍ରର ଦେଖରଖା କରିବେ। ଗତ ମେ ୨୦ ତାରିଖରେ ଜାହାଜରେ ନିଆଁ ଲାଗିଯାଇଥିଲା। ସେତେବେଳେ ଜାହାଜଟି କଲମ୍ବୋରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୧୮ କିଲୋମିଟର ଦୂରରେ ଲଙ୍ଗର ପକାଇ ବନ୍ଦରରେ ପ୍ରବେଶ ଲାଗି ଅନୁମତିକୁ ଅପେକ୍ଷା କରିଥିଲା। ତେବେ ଜାହାଜରେ ଲାଗିଥିବା ନିଆଁ ଗତ ସପ୍ତାହରେ ନିର୍ବାପିତ ହୋଇଥିଲେ ହେଁ ଡୁବିବାରେ ଲାଗିଥିଲା। ଯାହା ଗୁରୁବାର ସମ୍ପୂର୍ଣ୍ଣ ଡୁବିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.