ଏମିତି ଗାଁ ରହିଛି, ଯେଉଁଠି ବୋରଓ୍ୱେଲରୁ ବାହାରୁଛି ନିଆଁ, କାରଣ ଖୋଜିପାଉନାହାଁନ୍ତି ବିଶେଷଜ୍ଞ…

Published By : Prameya-News7 Bureau | November 07, 2021 IST

ମଧ୍ୟପ୍ରଦେଶ ୦୭/୧୧: ବୋରଓ୍ୱେଲରୁ ବାହାରୁଛି ନିଆଁ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ପ୍ରକୃତରେ ସତ୍ୟ । ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଜୁମଟା ଗ୍ରାମରେ ନଜର ଆସିଛି ଏପରି ଘଟଣା । ଏଠାରେ ଥିବା ଏକ ବୋରୱେଲରୁ ଲିକ୍ ହେଉଛି ଜାଳେଣୀ ଗ୍ୟାସ୍ । ଏମିତି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି ।

ଏହି ଘଟଣା ପ୍ରଘଟ ହେବା ପରେ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ପରେ ଗ୍ରାମବାସୀଙ୍କୁ ନିଆଁଠାରୁ ବୁଝାଇ ରହିବାକୁ ଚେତାବନୀ ଦେଇଥିଲେ । ସୂଚନା ଥାଉକି, ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ରହିଛି ଝୁମ୍‌ଟା ଗାଁ । ପ୍ରାୟ ୧୫ ଦିନ ପୂର୍ବେ ଏଠାରେ ଥିବା ସରକାରୀ ବିଦ୍ୟାଳୟ ପରିସରରେ ପାଣି ପାଇଁ ଏକ ବୋରୱେଲ ତିଆରି କରାଯାଉଥିଲା । ଏହି ସମୟରେ ଏଠାରେ ଜ୍ୱଳନ୍ତ ଗ୍ୟାସ ଛାଡିବା କାରଣରୁ ନିଆଁ ଲାଗିଯାଇଥିଲା ।

ଅଗ୍ନିଶମ ବାହିନୀ ସହାୟତାରେ ପ୍ରଶାସନ ନିଆଁକୁ ଆୟତ୍ତ କରିଥିଲା । ଏହା ପରେ ଦେହରାଡୁନରୁ ଏକ ବିଶେଷଜ୍ଞ ଦଳ ଡକାଯାଇଥିଲା । ବିଶେଷଜ୍ଞ ଦଳ ଗ୍ୟାସ୍ ଏବଂ ଜଳ ପରୀକ୍ଷା କରିବା ପରେ ସୁରକ୍ଷା ପାଇଁ ବୋରରେ ଏକ ବଡ଼ ଚିମିନି ସ୍ଥାପନ କରିଛନ୍ତି । ଏହାର ଉପର ଭାଗରେ ନିଆଁ ବାହାରୁଥିବା ଦେଖାଯାଉଛି । ଏହି ଘଟଣା ପରେ ଦୁଇ-ତିନି ଦିନ ପୂର୍ବେ ଗାଁର ଅନ୍ୟାନ୍ୟ ବୋରୱେଲରୁ ମଧ୍ୟ ଗ୍ୟାସ ଲିକ ହୋଇଥିବା ଖବର ମିଳିଥିଲା । ଏହା ଉପରେ ପନ୍ନା କଲେକ୍ଟର ସଂଜୟ ମିଶ୍ର ଏବଂ ପୋଲିସ ଅଧୀକ୍ଷକ ଧର୍ମରାଜ ମୀନା ଶନିବାର ଦିନ ଗାଁରେ ପହଞ୍ଚିଥିଲେ ।

ଅଧିକାରୀମାନେ ଏଠାରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ତେବେ ଗ୍ରାମରୁ ଗ୍ୟାସ୍ ବାହାରୁଥିବା ବୋରୱେଲରୁ ଗ୍ରାମବାସୀ ଯଥେଷ୍ଟ ଦୂରତା ରଖିବା ଉଚିତ୍ । ଏହା ବ୍ୟତୀତ, ବୋରୱେଲ ନିକଟରେ କୌଣସି ଜାଳେଣୀ ଜିନିଷ ନନେବାକୁ ଚେତାବନୀ ଦିଆଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ଏକ ବିଶେଷଜ୍ଞ ଦଳ ଖୁବ୍ ଶୀଘ୍ର ଗାଁରେ ପହଞ୍ଚିବେ । ସେମାନେ ସମସ୍ତ ବୋରୱେଲ ଯାଞ୍ଚ କରିବେ । ଏହା ସହିତ ଗ୍ରାମବାସୀଙ୍କୁ ମଧ୍ୟ କୁହାଯାଇଛି ଯେ କିଛି ସମୟ ପରେ ଗ୍ୟାସ ଲିକ୍ ବନ୍ଦ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.