Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା ଥରାଇଦେଲା ଛାତି, ହେଲେ ସମ୍ବଲପୁରର କୌଣସି କୋଚିଂ ସେଣ୍ଟରରେ ବି ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

27/05/2019 at 5:00 PM

ସମ୍ବଲପୁର୨୭|୫: ଗୁଜରାଟ ସୁରତ୍‌ ରେ କୋଚିଂ ସେଣ୍ଟରେ ନିଆଁ ଲାଗି, ୨୨ ଛାତ୍ରଛାତ୍ରୀ ପ୍ରାଣ ହରାଇବା ପରେ ଏବେ ସାରା ରାଜ୍ୟରେ କୋଚିଂ ସେଣ୍ଟର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସମ୍ବଲପୁରରେ ରହିଛି ଛୋଟବଡ ୩୦ରୁ ଅଧିକ କୋଚିଂ ସେଣ୍ଟର। ଭଡାଘରେ ଉଚ୍ଚା ଉଚ୍ଚା କୋଠାରେ ଚାଲିଥିବା ଏହି କୋଚିଂ ସେଣ୍ଟରେ କେମିତି ରହିଛି ଅଗ୍ନି ନିରାପତ୍ତା  ବ୍ୟବସ୍ଥା ଚାଲନ୍ତୁ ଜାଣିବା…

ନିଟ୍‌,ଜେଇଇ କ୍ବାଲିଫାଏ କରିବେ । ବ୍ୟାଙ୍କିଂ,ରେଲୱେ ରେ ଚାକିରୀ କରିବେ । ଏଥିପାଇଁ  ଛାତ୍ରଛାତ୍ରୀ ମାନେ କୋଚିଂ ନେଉଛନ୍ତି। ହେଲେ ଯେଉଁ ଭଡାଘରେ ଏହି କୋଚିଂ ସେଣ୍ଟର ସବୁ ଚାଲିଛି, ସେଠାରେ ନିଆଁ ଲାଗିଲେ କଣ ହେବ,  ଆପଣ ଆଖିରେ ନଦେଖିଲେ ସ୍ପଷ୍ଟ ଅନୁମାନ କରିପାରିବେନି । କୋଚିଂ ସେଣ୍ଟରରେ ଏସି ଚାଲିଛି । ହେଲେ, ଅଗ୍ନି ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନାହିଁ। କୋଚିଂ ସେଣ୍ଟର ଗୁଡିକ ଦୁଇମହଲା, ତିନିମହଲା ଏପରିକି କେତେକ ସ୍ଥାନରେ ପାଞ୍ଚ ମହଲାରେ ଚାଲିଛି। ଛାତ୍ରଛାତ୍ରୀମାନେ ସରୁ ସିଡି ଦେଇ ଶ୍ରେଣୀ କକ୍ଷକୁ  ଯାଇଥାନ୍ତି । ଯଦି କ୍ଲାସ ଚାଲିଥିବା ବେଳେ, କିଛି ଅଘଟଣ ଘଟେ,  ତେବେ ଅବସ୍ଥା କଣ ହେବ, ତାହା କଳ୍ପନା ବାହାରେ । ଛାତ୍ରଛାତ୍ରୀ ମାନେ ସିଡିରେ ତଳକୁ ଆସିପାରିବେ ନାହିଁ ।  ସୁରତର କୋଚିଂ ସେଣ୍ଟରର ଛାତରୁ ଯେପରି ପିଲାମାନେ ତଳକୁ ଡେଇଁ ମୃତାହତ ହେଲେ ସେଇଆ ହିଁ ଘଟିବ ।

କୋଚିଂ ସେଣ୍ଟରର ବ୍ୟବସ୍ଥା ଏମିତି । ଅନେକ ସ୍ଥାନରେ ଯେଉଁ ରେସିଡେନ୍‌ସିଆଲ୍‌ କଲେଜ୍‌ ବା ସ୍କୁଲ୍‌ ରହିଛି ସେଠାରେ ମଧ୍ୟ ଅଗ୍ନି ନିରାପତ୍ତାର କୌଣସି ବ୍ୟବସ୍ଥା ନାହିଁ । ଅନ୍ୟ ସ୍ଥାନରେ ଦୁର୍ଘଟଣା ଘଟିଲେ, ସମ୍ବଲପୁରର କିଛି ହୋଟେଲ୍‌,ସପିଂ ମଲ୍‌,ଆପାର୍ଟମେଣ୍ଟକୁ ନୋଟିସ୍‌ ଜାରି କରି ଚୁପ୍ ବସିଯାଏ ଅଗ୍ନିଶମ ବିଭାଗ ।  ଶିଶୁ ଭବନରେ ଅଗ୍ନିକାଣ୍ଡ  ପରେ, ସମ୍ବଲପୁରର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ୍‌କୁ କେବଳ ନୋଟିସ୍‌ ଜାରି କରାଗଲା ।  ନୋଟିସ୍‌  ହେବାର ଦୁଇବର୍ଷ ପରେ ମଧ୍ୟ ଏହା , କାର୍ଯ୍ୟକାରୀ ହେଲା କି ନାହିଁ, ସେ ସଂପର୍କରେ ଆଉ ଅନୁଧ୍ୟାନ କରାଯାଇନାହିଁ ।

ଏବେ ସୁରତ୍‌ କୋଚିଂ ସେଣ୍ଟର ଦୁର୍ଘଟଣା ପରେ, ସମ୍ବଲପୁରର ୩୦ଟି କୋଚିଂ ସେଣ୍ଟର ମଧ୍ୟରୁ ମାତ୍ର ୮ଟି କୋଚିଂ ସେଣ୍ଟରକୁ ନୋଟିସ୍‌ ଜାରି  କରାଯାଇଛି। ଅନ୍ୟ ସବୁ କୋଚିଂ ସେଣ୍ଟର,ରେସିଡେନ୍‌ସିଆଲ୍‌ ସ୍କୁଲ୍‌,କଲେଜ୍‌କୁ ବର୍ତ୍ତମାନ ସୁଦ୍ଧା ନା ଅଗ୍ନିଶମ ବିଭାଗ ପକ୍ଷରୁ ନା ଯାଞ୍ଚ କରାଯାଇଛି ନା, ନୋଟିସ୍‌ ଜାରି କରାଯାଇଛି । ଲାଗୁଛି ଯେମିତି ସମସ୍ତେ ବଡ ଅଘଟଣକୁ ଅପେକ୍ଷା କରିଛନ୍ତି ।  

ସୁରତ୍‌ କୋଚିଂ ସେଣ୍ଟର ଦୂର୍ଘଟଣା ଭିଡିଓ ଭାଇରାଲ୍‌ ହେବାପରେ, ଅବିଭାବକ ଓ ଛାତ୍ରଛାତ୍ରୀ ମାନେ ଯେତିକି ଚିନ୍ତିତ, ଅଗ୍ନିଶମ ଅଧିକାରୀ ଓ ଜିଲ୍ଲାପ୍ରଶାସନ ସେତିକି ଚିନ୍ତିତ ନୁହଁନ୍ତି। ବୋଧହୁଏ, ଏପରି ଘଟଣା ସମ୍ବଲପୁରରେ ଘଟିବନି ବୋଲି ସମସ୍ତେ ଧରି ନେଇଛନ୍ତି। କିନ୍ତୁ ଦୁର୍ଘଟଣା ସବୁବେଳେ ଦୁର୍ଘଟଣା । ଯଦି, କିଛି ଅଘଟଣ ହୁଏ, ସେଥିପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ୍‌ ଦାୟୀ ରହିବେ ତ?

   Related Posts