ସାହସିକତା ପାଇଁ ୨ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଗ୍ନିଶମ ଡିଜି

Published By : Prameya-News7 Bureau | October 17, 2020 IST

ଖଲ୍ଲିକୋଟ ୧୭।୧୦: ସାହସିକତା କାର୍ଯ୍ୟ ପାଇଁ ଦୁଇ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଗ୍ନିଶମ ଡିଜି । ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ସମୟରେ ଜଣେ ବ୍ୟକ୍ତିଙ୍କୁ ନଦୀରେ ଭାସି ଭାସି ଯାଉଥିବା ସମୟରେ ଦୁଇ ଅଗ୍ନିଶମ କର୍ମଚାରୀ କାହ୍ନୁ ଚରଣ ପରିଡା ଓ ତପନ କୁମାର ବେହେରା ତିନି କି.ମି. ପହଁରି ପହଁରି ଉଦ୍ଧାର କରିଥିଲେ । ଉଭୟଙ୍କ ସାହାସିକତା ପାଇଁ କଟକ ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ଡିଜି ଡ଼. ସତ୍ୟଜିତ ମହାନ୍ତି ଉଭୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୁଇ ହଜାର ଟଙ୍କା ପ୍ରଦାନ କରି ପୁରସ୍କୃତ କରିଛନ୍ତି ।

{"id":346229,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍କକ ହଂସପୁର ଗ୍ରାମର ବାବୁଲି ବେହେରା ଚଳିତ ମାସ ୧୪ତାରିଖରେ ଋଷିକୂଲ୍ୟା ନଦୀରେ ଶୌଚ କରିବା ସମୟରେ ଭାସି ଯାଇଥିଲେ। ସେ ଭାସି ଭାସି ୫ କି.ମି. ଗଲା ପରେ କିଛି ଲୋକ ତାଙ୍କୁ ଦେଖିଥିଲେ । ଏହାପରେ ସେମାନେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଥିଲେ । ସେଠାରେ ତାଙ୍କୁ ଉଦ୍ଧାର କରିବା ବେଳେ ପାଣି ସ୍ରୋତ ଅଧିକ ଥିବାରୁ ପୁଣି ସେ ଭାସି ଯାଇଥିଲେ । କିନ୍ତୁ ଦୁଇ କର୍ମଚାରୀ ନଦୀକୁ ଡେଇଁପଡି ପାଖାପାଖି ୩ କି.ମି. ଗଲା ପରେ ଋଷିକୂଲ୍ୟା ବ୍ରିଜ ନିକଟରେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ ।

{"id":346230,"sizeSlug":"large"}

ଏହି ସାହାସିକତା କାର୍ଯ୍ୟ ପାଇଁ ଉଭୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଶୁକ୍ରବାର ମଧ୍ୟ୍ୟ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ସ୍ଥନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଭୟଙ୍କୁ ଏହି ସାହାସିକତା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଜଣଙ୍କର ମୂଲ୍ୟବାନ ଜୀବନ ବଞ୍ଚିପାରିଥିବା ସହ ଏହିପରି ସାହାସିକତା କାର୍ଯ୍ୟ ପାଇଁ ଦୁଇ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଗଞ୍ଜାମ ଗର୍ବିତ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.