ବାଙ୍କୀ ବଜାରରେ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

Published By : Prameya-News7 Bureau | August 21, 2018 IST

କଟକ ୨୧/୮ : କଟକ ଜିଲ୍ଲା ବାଙ୍କୀ ବଜାର ନିକଟ ଡମପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଦୋକାନ ଘରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୋକାନ ଘର ସହ ଏକ କ୍ୟାବିନ ମଧ୍ୟ ଜଳିଯାଇଛି । ଦୋକାନ ଘରେ ଥିବା ଜିନିଷପତ୍ର ସହ ଗୋଟିଏ ବାଇକ୍ ପୋଡିଯାଇଛି । ଘଟଣାସ୍ଥଳରେ ବାଙ୍କୀ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଶ୍ରୀଚନ୍ଦନପୁର ସାହିର ମାଗୁଣି ମଙ୍ଗୁଆଳଙ୍କ ଦୋକାନ ଘର ପୋଡି ଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.