ନିଆଁ ଲାଗି ଜଳିଗଲା ଧାନ ଗଦା
29/12/2018 at 10:55 AM

ବାଲେଶ୍ବର ୨୯|୧୨: ଧାନ ଗଦାରେ ଲାଗିଲା ନିଆଁ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପ୍ରହରାଜପୁର ଗାଁରେ ଖଳାରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଛି । ଫଳରେ ଧାନ ଗଦା ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି ।
ସୂଚନା ଅନୁସାର ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପ୍ରହରାଜପୁର ଗାଁର ସୁରେନ୍ଦ୍ର ବାରିକ ୧୦ ଏକରର ଭାଗଚାଷ କରି ବିଲରୁ କଳେଇ ଆଣି ଖଳାରେ ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଧାନଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ସୋର ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021