ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ, ଡାକ୍ତରଖାନାରେ ମକ୍‌ଡ୍ରିଲ୍‌ କଲା ଅଗ୍ନିଶମ ବିଭାଗ

Published By : Prameya-News7 Bureau | September 17, 2021 IST

ସାନଖେମୁଣ୍ଡି, ୧୭/୦୯:  ଆଜି ହେଉଛି ବିଶ୍ୱ ରୋଗୀ ସୁରକ୍ଷା ଦିବସ । ବିଭିନ୍ନ ଡାକ୍ତରଖାନାରେ ଥିବା ରୋଗୀଙ୍କ ସୁରକ୍ଷାକୁ ନେଇ ଏହି ଦିବସକୁ ପାଳନ କରାଯାଉଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସୁରକ୍ଷା କିଭଳି ନିଆଁ କିମ୍ବା ସଟସର୍କିଟ ଲାଗିଲେ ମେଡ଼ିକାଲ କର୍ମଚାରୀ ପ୍ରାଥମିକ ସ୍ତରରେ ଆୟତ୍ତ କରିପାରିବେ ତାକୁ ନେଇ ଏକ ମକ୍‌ଡ୍ରିଲ୍‌ର ଆୟୋଜନ କରାଯାଇଥିଲା ।

ସାନଖେମୁଣ୍ଡି ଅଗ୍ନିଶମ ବିଭାଗର ଟିମ ସକାଳୁ ମେଡ଼ିକାଲ ପରିସରରେ ପହଂଚି ଯାଇଥିଲେ । ହଠାତ ନିଆଁ ଦେଖି ସ୍ଥାନୀୟ ରୋଗୀ ଚକିତ ଥିବା ବେଳେ ମେଡ଼ିକାଲର କର୍ମଚରୀ ଟିମ ଭିତରେ ଥିବା ସମସ୍ତ ପୁରୁଷ ମହିଳାଙ୍କୁ ମେଡ଼ିକାଲରେ ଥିବା ଗ୍ୟାସ ଟ୍ୟାଙ୍କରୁ କିଭଳି ନିଆଁକୁ ଆୟତ୍ତ କରିବେ ଶିଖାଇଥିବା ବେଳେ ନିଆଁକୁ ମେଡ଼ିକାଲ କର୍ମଚାରୀ ଜଣ ଜଣ କରି ଲିଭାଇଥିଲେ ।

ତେବେ ସମସ୍ତ ରୋଗୀ ଜାଣି ପାରିଥିଲେ ଯେ ତାହା ମକଡ୍ରିଲ ବା ଡେମୋ ହେଉଛି । ଭବିଷ୍ୟତରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଲେ ନିଆଁକୁ କିଭଳି ଆୟତ୍ତ କରାଯିବ ଶିଖା ଯାଉଛି ବା ଆଜିର ଦିନକୁ ପାଳନ କରାଯାଉଛି ବୋଲି ଜାଣିବା ବେଳେ ଅଗ୍ରହର ସହ ସମସ୍ତ ଡ଼ାକ୍ତର ନର୍ସ ସିକ୍ୟୁରିଟି, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ମକଡ୍ରିଲରେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.