ବାତ୍ୟା ୟସକୁ ନେଇ ପ୍ରସ୍ତୁତ ପୋଲିସ, ଭଦ୍ରକରେ ଅଗ୍ନିଶମ ଆଇଜିଙ୍କ ସମୀକ୍ଷା

Published By : Prameya-News7 Bureau | May 22, 2021 IST

ଭଦ୍ରକ, ୨୨/୦୫: ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି l ଏପରିସ୍ଥଳେ, ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀ ଭଦ୍ରକରେ ପହଂଚିଛନ୍ତି l ସେ ଭଦ୍ରକ ଜ଼ିଲ୍ଲା ଅଗ୍ନିସେବା କେନ୍ଦ୍ର ଠାରେ ପହଞ୍ଚି ପ୍ରଥମେ ଅଗ୍ନିଶମ ବିଭାଗର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ l

ଭଦ୍ରକ ଜ଼ିଲ୍ଲା ରେ 9 ଟି ଏବଂ ଜ଼ିଲ୍ଲା ବାହାରୁ 12 ଗୋଟି ଟିମ ଏପରି 21 ଟି ଟିମ ବାତ୍ୟା ମୁକାବିଲାରେ ନିଯୁକ୍ତ ହେବେ l ସେହିପରି ବାତ୍ୟା ସମୟରେ ଓ ବାତ୍ୟା ପରେ କିପରି ଉଦ୍ଧାର କାର୍ଯ୍ୟ, ରାସ୍ତା ସଫା ଆଦି କାର୍ଯ୍ୟ ଅଗ୍ନିଶମ ବାହିନୀ କରିପାରିବେ ଓ ସେଥିପାଇଁ ଯେଉଁସବୁ ସରଞ୍ଜାମ ରହିଛି, ତାହାର ତଦାରଖ କରି ସମୀକ୍ଷା କରିଥିଲେ l

ତେବେ ବିଶେଷ କରି, ସମୁଦ୍ର ଉପକୂଳରେ ଥିବା ଧାମରା, ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳ ପ୍ରତି ଅଧିକ ଫୋକସ କରାଯିବ ବୋଲି ଆଇଜି ପରାମର୍ଶ ଦେଇଛନ୍ତି l ସେହିପରି ଅଗ୍ନିଶମ ବାହିନୀ ଉଭୟ ପୋଲିସ, ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି , ଏହି ବାତ୍ୟା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ଏଥିରେ ଭଦ୍ରକ ଏସପି ଓ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.