Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ: କହିଲେ, ‘ଖୁସିରେ ୪ ହଜାର ଟଙ୍କା ଦେଇଥିଲେ’

24/09/2020 at 9:33 PM

କଳାହାଣ୍ଡି୨୪/୯: ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ। ନିଆଁରେ ପୋଡି ଯାଇଥିବା ଏକ କାରର ଫାୟାର ସାର୍ଟିଫିକେଟ ବାବଦକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ଛନ୍ଦି ହୋଇପଡିଥିଲେ।

ଲାଞ୍ଚ ନେବା ବେଳେ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୧୭ ତାରିଖ ରାତିରେ ଛତିକୁଡାର ବରୁଣ ସାହୁଙ୍କ ଘରେ କେହି ଜଣେ ଦୁର୍ବୃତ୍ତ ତାଙ୍କ କାରରେ ନିଆଁ ଲଗାଇ ପୋଡି ଦେଇଥିଲା । ଏହି କାରର ଇନ୍‌ସୁରାନ୍ସ ପାଇଁ ନର୍ଲ। ଅଗ୍ନିଶମଠାରୁ ଫାୟର ସାର୍ଟିଫିକେଟ ବରୁଣ ଆବେଦନ କରିଥିଲେ। ହେଲେ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ତାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହା ପରେ ଆବେଦନକାରୀ ଭିଜିଲାନ୍ସ ଏସପିଙ୍କ ଦ୍ବାରାସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ଜାଲ ବିଛାଇଥିଲେ। ଅନ୍ୟପକ୍ଷରେ ଗିରଫ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୁଇଦିନ ତଳୁ ଅଭିଯୋଗକାରୀ ସାର୍ଟିଫିକେଟ ନେଇ ଯାଇଥିଲେ। ସେ ଖୁସିରେ ଅଫିସ୍‌କୁ ଆସି ୪ ହଜାର ଟଙ୍କା ଟେବୁଲରେ ଥୋଇ ଦେଇଥିଲେ ବୋଲି ସଫେଇ ଦେଉଛନ୍ତି। ଗିରଫ ନର୍ଲ। ଫାୟର ଷ୍ଟେସନ ଅଧିକାରୀ ଅନୁପମ ବାଗକୁ ଆଜି କୋର୍ଟ ଚାଲାଣ କରାଇଛି । ଏଥି ସହ ତାଙ୍କ କାର୍ଯ୍ୟାଳୟ ଓ ବାସଗୃହ ଉପରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

   Related Posts