ଖୋର୍ଦ୍ଧା ୧୨।୧୧: ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ପଦିତ୍ର ଦୀପାଦଳି ପର୍ବରେ ଦାଣ ନ ଫୁଟାଇ ନିରାଡ଼ମ୍ବର ଭାବରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ଏପରିକି ମଧ୍ୟ ବାଣତିଆରି ଓ ବିକ୍ରିକୁ ନିଷେଧ କରାଯାଇଛି ।
{"id":360550,"sizeSlug":"large"}ବୁଧବାର ବିଳମ୍ବିତ ରାତିରେ ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମର କାଲୁ ଖାଁ ବାଣ ସାମଗ୍ରୀ ରଖି ତିଆରି କରୁଥିବା ଖବର ପାଇ ବାଘମାରୀ ଥାନା ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିବା ସହ କାଳୁ ଖାଁକୁ ଗିରଫ କରିଛି ।
{"id":360551,"sizeSlug":"large"}ସେହିଭଳି ଲେଖନପୁର ଗ୍ରାମର ବ୍ରହ୍ମେଶ୍ବର ମନ୍ଦିର ନିକଟରେ ଲକ୍ଷାଧିକ ଟଙ୍କାର ବାଣ ଭର୍ତ୍ତି କରି ବ୍ୟବସାୟ ପାଇଁ ଯାଉଥିବା ଏକ ଅଟୋ ଉପରେ ଚଢ଼ାଉ କରି ଅଟୋକୁ ଜବତ କରିଥିବା ବେଳେ ଉକ୍ତ ଗ୍ରାମର ବାଣ ବ୍ୟବସାୟୀ ପ୍ରମୋଦ ଦାସ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବାଘମାରୀ ପୋଲିସ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିବା ବାଘମାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।