Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଲକ୍ଷାଧିକ ଟଙ୍କାର ବାଣ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

12/11/2020 at 4:17 PM

ସାନଖେମୁଣ୍ଡି ୧୨।୧୧: ରାଜ୍ୟ ସରକାର ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ୩୦ ଡିସେମ୍ବର ପର୍ଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡା ନିୟମ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୁଚାଛପାରେ ବାଣ କାରବାର ଦେଖିବାକୁ ମିଳୁଛି । ତେଣୁ ଗଞ୍ଜାମ ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଧରାକୋଟ ପୋଲିସ ଏକ ବାଣ ବୋଝେଇ ଟ୍ରକ ଜବତ କରିଛି ।

ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଧରାକୋଟ ଆଇଆଇସି ସହଦେବ ମହାପାତ୍ର ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗୋଟିଏ ଗୋଟିଏ ବକ୍ସର ମୂଲ୍ୟ ପ୍ରାୟ ଏକ ଲକ୍ଷ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଏହି ବାଣ ବୋଝେଇ ଟ୍ରକଟି ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟରେ ଥିବା କଲେଜ ନିକଟରେ ଏକ ପାହାଡ଼ ପାଖରେ ଥିବା ସମୟରେ ଆସିକା ଏସଡିପିଓଙ୍କ ନେତୃତ୍ବରେ ଧରାକୋଟ ପୋଲିସ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଡ୍ରାଇଭରକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଧରାକୋଟ ଆଇଆଇସି ସୂଚନା ଦେଇଛନ୍ତି ।

   Related Posts