Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ

4/09/2020 at 12:54 PM

ଚେନ୍ନାଇ ୦୪/୦୯ : ତାମିଲନାଡୁ କୁଡ୍ଡାଲୋରର ଏକ ବାଣ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଛି | ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି | ୩ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂଚନାଯୋଗ୍ୟ ଯେ, ତାମିଲନାଡୁ କୁଡ୍ଡାଲୋରରେ ଶୁକ୍ରବାର ସକାଳେ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ସେହି ସମୟରେ ସେଠାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା | କିଛି କିଲୋମିଟର ଯାଏଁ ବିସ୍ଫୋରଣ ଶବ୍ଦ ଶୁଭାଯାଇଥିଲା | ଏଥିରୁ ଅନୁମାନ କରାଯାଇପାରିବ ଯେ ବିସ୍ଫୋରଣ କେତେ ଭୟଙ୍କର ଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି | ଏହି ଜାଗା ରାଜଧାନୀ ଚେନ୍ନାଇରୁ ୧୯୦ କିମି ଦୂରରେ ରହିଛି |

ବିସ୍ଫୋରଣ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି | କାରଖାନାରୁ ଏବେ ସୁଦ୍ଧା ୬ଜଣଙ୍କ ଶବ ଉଦ୍ଧାର କରାଯାଇଛି | ଟ୍ୱେଭେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି | ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ଆହତ ହୋଇଛନ୍ତି | ଉଦ୍ଧାର କାର୍ଯ୍ୟ ଜାରି ରହିଛି |

   Related Posts