ରାଉରକେଲାରେ ଭୟଙ୍କର ବାଣ ବିସ୍ଫୋରଣ; ୧ ମୃତ ୩ ଆହତ

Published By : Prameya-News7 Bureau | September 17, 2018 IST

ରାଉରକେଲା ୧୭/୯ : ରାଉରକେଲାରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି | ରାଉରକେଲା ମଧୁସୂଦନପଲ୍ଲୀ ତେଲୁଗୁ ବସ୍ତିରେ ରହୁଥିବା ଜବାହର ଶ୍ରୀବାସ୍ତବ ନାମକ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟିଛି | ଏଥିରେ ଜବାହରଙ୍କ ସାନ ବୋହୁ ରେଖା ଶ୍ରୀବାସ୍ତବ (୩୫) ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି | ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଆହତ ମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି | ସେମାନଙ୍କ ମଧ୍ୟରୁ ବଡ ବୋହୁ ଦଳି ଶ୍ରୀବାସ୍ତବଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି | ବିସ୍ଫୋରଣରେ ଗୋଟିଏ କାନ୍ଥ ସମ୍ପୂର୍ଣ ଭାଙ୍ଗିଯାଇଥିବା ଯୋଗୁଁ କାନ୍ଥ ତଳେ ଆଉ କିଛି ଲୋକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି | ଏଥି ସହ ୧୦ଟି ଘର ସମ୍ପୂର୍ଣ ଛାରଖାର ହୋଇଯାଇଛି | ବିସ୍ଫୋରଣ ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ଗୁରୁତର ହେଇ ଚିକିତ୍ସିତ ହେଉଥିବା ୩ ଜଣ ଗୋଟିଏ ପରିବାରର ଶାଶୁ, ବୋହୁ ଓ ଶିଶୁ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.