Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ତୈଳ କୂପରୁ ବାହାରୁଚି ନିଆଁ ହୁଳା : ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ, ଅଏଲ୍ ଇଣ୍ଡିଆ କହିଲା ନିଆଁ ଲିଭାଇବାକୁ ୪ ସପ୍ତାହ ଲାଗିବ

10/06/2020 at 4:29 PM

ଗୁଆହାଟୀ ୧୦/୦୬ : ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂପରୁ ଗ୍ୟାସ ନିର୍ଗତ ହେଉଛି | ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା | ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ | ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ୨ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି | ଅଏଲ ଇଣ୍ଡିଆ ପ୍ରବକ୍ତା ତ୍ରିଦେବ ହଜାରିକା କହିଛନ୍ତି ଯେ, ନିଆଁ ଲାଗିବା ପରେ ହଠାତ ଦୁଇଜଣ ଅଗ୍ନିଶମ କର୍ମଚାରୀ ନିଖୋଜ ହୋଇଯାଇଥିଲେ | ଏଣିଦିଅରେଫ ଟିମ ବୁଧବାର ସକାଳୁ ଦୁଇ ଜଣଙ୍କ ମୃତଦେହ ଜବତ କରିଥିଲେ | ଉଭୟଙ୍କ ମୃତଦେହ ଅଗ୍ନିକାଣ୍ଡ ଘଟିଥିବା ତୈଳ କୂପ ନିକଟସ୍ଥ ଏକ ପୋଖରୀରୁ ଜବତ ହୋଇଥିଲା | ତେବେ ଉଭୟ ପାଣିରେ ଡେଇଁ ପଡିଥିବା ଏବଂ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି | କିନ୍ତୁ ତାଙ୍କ ଶରୀରରେ ନିଆଁ ଲାଗିବାର କୌଣସି ଚିହ୍ନ ନାହିଁ | ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ସେମାନଙ୍କ ମୃତ୍ୟୁ କିଭଳି ହେଲା ସେନେଇ ତଦନ୍ତ ଜାରି ରହିଛି |

ଉଭୟ ଅଗ୍ନିଶମ ବିଭାଗର ସହାୟକ ଅପରେଟର ଥିଲେ | ତୈଳ କୂପରେ ନିଆଁ ଲାଗିବା ପରେ ନିଆଁ ଲିଭାଇବା ପାଇଁ ଓଏନଜିସିର ଜଣେ ଦମକଳ କର୍ମୀ ମଧ୍ୟ ଆହତ ହୋଇଥିଲା | ଅଏଲ ଇଣ୍ଡିଆ କହିଛି ଯେ ନିଆଁ ଲିଭାଇବା ପାଇଁ ପାଖାପାଖି ୪ ସପ୍ତାହ ସମୟ ଲାଗିବ | 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବଲଙ୍କୁ ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି | ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂପରୁ ନିଆଁ ବାହାରୁଚି | ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କ ବୟାନ ଅନୁଯାୟୀ, ସୋନୋବାଲଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି | ସେ ଘଟଣାର ତାଜା ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଛନ୍ତି |

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ସେ ଫୋନ ଯୋଗେ ଅଗ୍ନିକାଣ୍ଡର ପୁରା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି | ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏବଂ ସବୁ ସମ୍ଭାବ୍ୟ ସାହାଯ୍ୟ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି |

ଅଏଲ ଇଣ୍ଡିଆ ଲିମିଟେଡ଼ ବୁଧବାର ଦିନ କହିଛି ଯେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି | ଅଧିକାରୀ ସୂଚନା ଦେଇଛନ୍ତି ଯେ, ତୈଳ କୂପରେ ଗତ ୧୫ ଦିନ ହେଲା ନିଆଁ ଲାଗିଛି | ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି | ପାଖାପାଖି ଗୋଟିଏ କିମି ପରିଧିରେ ସବୁ ପୋଡି ପାଉଁଶ ହୋଇଯାଇଛି | ଏହି ତୈଳ କୂପ ସେଖୋବା ନ୍ୟାସନାଲ ପାର୍କ ନିକଟରେ ରହିଛି | ସେଥିପାଇଁ ନ୍ୟାସନାଲ ପାର୍କରେ ବନ୍ୟଜନ୍ତୁ ନିଆଁ ଯୋଗୁଁ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି |

   Related Posts