ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ବଖରା ଘର

Published By : Prameya-News7 Bureau | March 02, 2021 IST

ପାଟନା ୨।୩: ଗ୍ରୀଷ୍ମ ଋତୁ ଆରମ୍ଭ ସହ ବିହାରରେ ଅଗ୍ନିକାଣ୍ଡ ମଧ୍ୟ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ଭାଗଲପୁର ଜିଲ୍ଲା ନାରାୟଣପୁର ବ୍ଲକ କସମବାଦ ଗାଁରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବା ବେଳେ  ୫ଶହ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପୁରା ଗାଁଟି ଜଳି ଭଷ୍ମ ହୋଇଥିବାର ଅନୁମାନ କରାଯାଉଛି। ଗାଁରେ ନିଆଁ ଲାଗିବା ନେଇ ମୁଖିଆ ଅରବିନ୍ଦ ମଣ୍ଡଳ ପ୍ରଥମେ ସୂଚନା ଦେଇଥିଲେ। 

{"id":417005,"width":576,"height":383,"sizeSlug":"large","linkDestination":"none"}

ମଣ୍ଡଳଙ୍କ ସୂଚନା  ଅନୁସାରେ କସମବାଦ ଗାଁର ପ୍ରାୟ ସବୁ ଘର ଜଳି ଯାଇଥିବାର ଆଶଙ୍କା କରାଯାଉଛି। ଗଙ୍ଗାନଦୀ କୂଳରେ ଅବସ୍ଥିତ ଗାଁରେ ରୋଷେଇ କାଳରେ ମହିଳାଙ୍କ ଅସାବଧାନତା ଯୋଗୁ ନିଆଁ ଲାଗିଥିଲା। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ୫୦୦ ବଖରା ଘର ଜଳିଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ମଧ୍ୟ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଏଥିରୁ ନିଆଁର ପ୍ରକୋପ ସହଜରେ ଅନୁମାନ କରାଯାଇପାରେ।  

{"id":417006,"sizeSlug":"large","linkDestination":"none"}

ଗ୍ରାମବାସୀ ପ୍ରଥମେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ପବନରେ ନିଆଁ ଘରକୁ ଘର ଉଡି ଲାଗିଯିବାରୁ ଅନିୟନ୍ତ୍ରିତ ହୋଇପଡିଥିଲା। ଗାଁଟି ଚାଷୀଙ୍କର ଓ ସବୁ ଘର ଚାଳ ଛପର। ଏଣୁ ନିଆଁ ମୁହଁରୁ ଗ୍ରାମବାସୀ ଯାହା କାଢିଥିଲେ ତାକୁ ଗଙ୍ଗାରେ ପକାଇ ଦେଇଥିଲେ। ସେ ସବୁ ମଧ୍ୟ ଭାଷି ଯାଇଥିବା ଜଣାପଡିଛି। ଖବର ପାଇ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.