Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମଦ ଦୋକାନରେ ଲାଗିଗଲା ନିଆଁ: ଲକ୍ଷ ଲକ୍ଷ ଟଙ୍କାର ମଦ ସହ ଜିଅନ୍ତା ଜଳିଗଲେ ସେଲ୍ସମ୍ୟାନ୍

25/10/2020 at 3:51 PM

ଅଲବର ୨୫/୧୦ : ରାଜସ୍ଥାନ ଅଲବର ଜିଲ୍ଲା ଖୈରଥଲ ଥାନା ଅନ୍ତର୍ଗତ କୁମପୁର ଗାଁରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ମଦ ଦୋକାନ ପାଇଁ ତିଆରି ହୋଇଥିବା କାଠ ତିଆରି କିଓସ୍କ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଗଲା। ନିଆଁରେ ଦୋକାନର ସେଲ୍ସମ୍ୟାନ ଜିଅନ୍ତା ଜଳିଗଲେ। ମଦ ଠିକାଦାର କାଠ ଓ ଲୁହାରେ ଦୋକାନ ତିଆରି କରି ତା ଭିତରେ ସେଲ୍ସମ୍ୟାନ ପାଇଁ ଶୋଇବା ବ୍ୟବସ୍ଥା କରିଥିଲେ। କିନ୍ତୁ କୌଣସି କାରଣରୁ ସେଠାରେ ନିଆଁ ଲାଗିଯିବାରୁ ଦୋକାନ ଭିତରେ ଶୋଇଥିବା ସେଲ୍ସମ୍ୟାନ୍ କମଲ କିଶୋର ବାସିନ୍ଦା ଝାଇକା ଜିଅନ୍ତା ଜଳିଗଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। 

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୈରଥଲ ଏସଏଚଓ ଧାରା ସିଂହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବଗୃହକୁ ପଠାଇଛନ୍ତି। ସେଠାରେ ତାଙ୍କର ଡିଏନଏ ଟେଷ୍ଟ କରାଯିବ। ନିଆଁ କେଉଁ କାରଣରୁ ଲାଗିଥିଲା ପୋଲିସ ତାର ମଧ୍ୟ ତଦନ୍ତ କରୁଛି। ନିଆଁ ଲାଗିବାରୁ ଦୋକାନରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ମଦ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି।

ଖୈରଥଲ ଥାନା ଏସଏଚଓ ଧାରା ସିଂହ କହିଛନ୍ତି ଯେ ସେଲ୍ସମ୍ୟାନଙ୍କ ପରିଚୟ ପାଇଁ ତାଙ୍କର ଡିଏନଏ ଟେଷ୍ଟ କରାଯିବ। ମେଡିକାଲ ବୋର୍ଡ ଦ୍ୱାରା ପୋଷ୍ଟମର୍ଟମ କରାଯିବ। ନିଆଁ ଆକସ୍ମିକ ଭାବେ ଲାଗିଥିଲା ନା ଷଡଯନ୍ତ୍ର କରି ଲଗାଯାଇଥିଲା ସେନେଇ ପୋଲିସ ତଦନ୍ତ କରୁଛି। ସେଲ୍ସମ୍ୟାନଙ୍କ ସହ ଜଡିତ ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରୁଛି। ମାମଲା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

   Related Posts