ଭିଲିପୁରମ-ଖଡଗପୁର ଏକ୍ସପ୍ରେସ୍ ଟ୍ରେନ୍ ରେ ନିଆଁ ; ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

Published By : Prameya-News7 Bureau | August 30, 2018 IST

ବ୍ରହ୍ମପୁର ୩୦/୮ : ଭିଲିପୁରମ-ଖଡଗପୁର ଏକ୍ସପ୍ରେସ୍ ନିଆଁ ଲାଗିଯାଇଥିଲା | ଟ୍ରେନ୍ ର S-3 ବଗିରେ ଥିବା ବ୍ୟାଟେରୀରେ ନିଆଁ ଲାଗିବାରୁ ୫୫ ମିନିଟ ଧରି ଟ୍ରେନ ଅଟକିରହିଥିଲା | ଇଚ୍ଛାପୂରମ ଷ୍ଟେସନ ପରେ ଯାତ୍ରୀମାନେ ଟ୍ରେନରେ ନିଆଁ ଲାଗିଥିବା ଦେଖିଥିଲେ | ସଂଗେ ସଂଗେ ଏନେଇ ଟ୍ରେନ ଡ୍ରାଇଭରଙ୍କୁ ଜଣାଇଥିଲେ ଯାତ୍ରୀ | ଏହାପରେ ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟିକୁ ଅଟକାଇଥିଲେ | ବ୍ରହ୍ମପୁର ଷ୍ଟେସନରେ ଯାଞ୍ଚ ପରେ ଟ୍ରେନଟି ଛାଡିଥିଲା | ତେବେ ସାର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣାପଡିଛି | ତେବେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.