ଜଳୁଛି ଉତ୍ତରାଖଣ୍ଡ, ହିମାଳୟର ସୁରକ୍ଷା ଲାଗି ସୋସିଆଲ ମିଡିଆରେ ନିବେଦନ

Published By : Prameya-News7 Bureau | May 27, 2020 IST

ଡେରାଡୁନ: ଗୁରୁତର କରୋନା ସଂକଟ ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡ ଜଙ୍ଗଲ ଏବେ ଜଳୁଛି। ଗତ ୪ ଦିନ ହେଲା ଜଙ୍ଗଲର ଭିନ୍ନ ଭିନ୍ନ  ଅଞ୍ଚଳରେ ନିଆଁ ଲାଗିବା ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି। ଲୋକେ ଜଙ୍ଗଲ ଜଳୁଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଗିରିରାଜ ହିମାଳୟକୁ ରକ୍ଷା କରିବା ପାଇଁ ନିବେଦନ କରୁଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

wp:html /wp:html

ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ପଶୁପକ୍ଷୀ  ନିଜ ଜୀବନ ବଞ୍ଚାଇ ଏଣେତେଣେ ପଳାୟନ କରୁଛନ୍ତି। ଏପରିକି ଜନବସତି ଅଞ୍ଚଳକୁ ମଧ୍ୟ ପଶି ଆସୁଛନ୍ତି। ମିଳିଥିବା ସୂଚନା ଅନୁସାର ଏବେ ରାଜ୍ୟର ୪୬ଟି ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ୫୧.୩୪ ହେକ୍ଟର ଜଙ୍ଗଲ ଜମି ଜଳିପୋଡି ଛାରଖାର ହେବାରେ ଲାଗିଛି। ଏଥିରୁ କୁମାୟୁଁ କ୍ଷେତ୍ରର ୨୧ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏହା ରାଜ୍ୟର ସବୁଠାରୁ ବଡ ବନାଞ୍ଚଳ।

{"id":276825,"sizeSlug":"large"}

ଏହା ପଛକୁ ଗଡବାଲ ଥିବା ବେଳେ ଏଠାରେ ୧୬ଟି ଜଙ୍ଗଲ ଜଳୁଥିବାର ରାଜ୍ୟ ବନ ବିଭାଗ ସୂଚନାରୁ ଜଣାପଡିଛି। ଏହା ବ୍ୟତୀତ ଆଲମୋଡା, ବାଗେଶ୍ୱର, ନନିତାଲ, ପୌଢୀ, ଚାମୋଲୀ,ପିଥୋରାଗଡ ଓ ଡୋରାଡୁନ ଆଦି ୯ଟି ବନ ଖଣ୍ଡର ଜଙ୍ଗଲ ମଧ୍ୟ ଏବେ ଜଳୁଛି। ଜଙ୍ଗଲପୋଡି ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଜଙ୍ଗଲପୋଡିର ଛବି ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ଉତ୍ତରାଖଣ୍ଡରେ ବନାଗ୍ନି କିପରି ବ୍ୟାପୁଛି ଜେ କେହିବି ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.