୪ଦିନ ହେବ ତେଲକୋଇ ବନାଞ୍ଚଳରେ ଲାଗିଛି ନିଆଁ, ସଙ୍କଟରେ ବନ୍ୟଜନ୍ତୁ

Published By : Prameya-News7 Bureau | March 04, 2021 IST

ତେଲକୋଇ ୪।୩: ଦୀର୍ଘ ୪ ଦିନ ହେବ ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ । ବନ୍ୟଜନ୍ତୁ ଏବେ ସଙ୍କଟରେ ।  କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲ ଅଧିନ ତେଲକୋଇ ଫରେଷ୍ଟ ବିଟ୍, ବିମଳା ଫରେଷ୍ଟ ବିଟ୍ ଓ  ତାଳପଦା ଫରେଷ୍ଟ ବିଟ୍ ଅଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ଧରୁନି । ନିଆଁର ଆଁ ଭିତରେ ରହିଛି ୩ଟି ଫରେଷ୍ଟ ବିଟ୍ ଅଞ୍ଚଳର ଶହ ଶହ ହେକ୍ଟର ଜଙ୍ଗଲ । ଦିନଦିନ ଧରି ଜଙ୍ଗଲରେ ନିଆଁ ଲାଗିବା ଫଳରେ  ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି ।  

{"id":417574,"sizeSlug":"large","linkDestination":"none"}

୪ଦିନ ହେବ ଖୁଣ୍ଟାପଡା ପଞ୍ଚାୟତର ଗୁଣ୍ଡରିଯୋଡା ଜଙ୍ଗଲ ସହିତ ଗୋଡା ପଞ୍ଚାୟତର ବେତଖୋଲି ଜଙ୍ଗଲର ଓ କରଦାଙ୍ଗି ପଞ୍ଚାୟତ ଓ ରାଇସୁଆଁ ପଞ୍ଚାୟତର ମାଙ୍କଡ଼ଚୁଆ, ରାଇସୁଆଁ, ପଡିଆପଶି ଆଦି ଜଙ୍ଗଲରେ ହୁତୁ ହୁତୁ ହୋଇ ନିଆଁ ଜଳୁଛି । ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ହେବା ସହ ବନ୍ୟଜନ୍ତୁଙ୍କ ଜୀବନ ଏବେ ସଙ୍କଟରେ ପଡିଛି । ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବନ୍ୟଜନ୍ତୁ ସବୁ ଏବେ ଗାଁ ମୁହାଁ ହେଲେଣି  ।

{"id":417572,"sizeSlug":"large","linkDestination":"none"}

ଜଙ୍ଗଲରେ ହାତୀମାନଙ୍କ ସହିତ ହରିଣ, ବାରାହା, କୁଟୁରା, ସମ୍ବର, ଝିଙ୍କ  ବିରଳ ପ୍ରଜାତିର ବଜ୍ରକାପ୍ତା ଆଦି ଜୀବଜନ୍ତୁ ବହୁ ସଂଖ୍ୟାରେ ରହୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ  ପାଲଟିଛି । ସରକାର ନୂତନ ଜଙ୍ଗଲ ସୃଷ୍ଟି ସହ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦିଗରେ ବନବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଞ୍ଚଳ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.