Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଦିଲ୍ଲୀ କୃଷ୍ଣନଗରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଲୋକ

26/12/2019 at 3:25 PM

ନୂଆଦିଲ୍ଲୀ ୨୬।୧୨: ଦିଲ୍ଲୀ କୃଷ୍ଣନଗର ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଗରୁବାର ଭୋର ପ୍ରାୟ ୨ଟା ବେଳେ ବିଲ୍ଡିଂର ବେସମଣ୍ଟରେ ଥିବା ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗି କ୍ରମଶଃ ବ୍ୟାପୀଯାଇଥିଲା। ଲୋକେ ନିଦରୁ ଉଠି ଅଚାନକ କଣ କରିବେ ଭାବି ପାରିନଥିଲେ। ତେବେ ଦମକଳ ବିଭାଗ କର୍ମଚାରୀମାନେ ପହଞ୍ଚି ସମସ୍ତଙ୍କୁ ବାହାରକୁ ଆଣିବା ସହ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଏତେ ଭୟଙ୍କର ଥିଲା ଯେ ଏହାର ଶିଖା ୩ ତାଲା ଉପରକୁ ଉଠୁଥିଲା।  ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ପ୍ରଥମେ ଲୋକଙ୍କ ଉଦ୍ଧାର ପ୍ରତି ପ୍ରାଥମିକତା ଦେଇଥିଲେ। ସିଡି ଲଗାଇ ଜଣଜଣ କରି ୪୦ ଜଣଙ୍କୁ ବାହାରକୁ ଅଣାଯାଇପାରିଥିବାରୁ ଏକ ବଡ ବିପଦ ଟଳିଯାଇଛି। ନିଆଁକୁ ୫ଟି ଦମକଳ ଦୀର୍ଘ ସମୟ ଲାଗି ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ପ୍ଲାଷ୍ଟିକ୍ ଗୋଦାମରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିବା ଯୋଗୁ ଏପିର ଘଟିଥିବା ଆଶଙ୍କା କରାଯାଉଛି।

   Related Posts