Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପେପର୍ କାର୍ଡ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

14/02/2019 at 10:09 AM

ଦିଲ୍ଲୀ ୧୪|୨: ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ ନାରାୟଣା ଅଞ୍ଚଳରେ ଥିବା ଏକ ଗ୍ରୀଟିଙ୍ଗସ୍  କାର୍ଡ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ସକାଳ ୭ଟା ୧୫ ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ କରିବା ପାଇଁ ୨୦ଟି ଦମକଳ ଗାଡି ଲାଗିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣା ପଡିନି । ଏହି ଫ୍ୟାକ୍ଟ୍ରିରେ ଗ୍ରୀଟିଙ୍ଗସ କାର୍ଡ ପ୍ରସ୍ତୁତ କରାଯାଇଥାଏ । ଅଗ୍ନିକାଣ୍ଡ ଫଳରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଦିଲ୍ଲୀରେ ତିନି ଦିନିରେ ତିନିଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଲାଣି । ଗତକାଲି ଦିଲ୍ଲୀ ପଶ୍ଚିମପୁରୀ ଅଂଚଳର ଏକ ବସ୍ତିରେ ନିଆଁ ଲାଗି ୨୦୦ ବଖରା କୁଡ଼ିଆ ଘର ଭସ୍ମୀଭୂତ ହୋଇଯାଇଥିଲା । ରାତି ପ୍ରାୟ ୧ଟା ବେଳେ ଏହି ବସ୍ତିରେ ନିଆଁ ଲାଗିଥିଲା । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିଲେ ।

ଗତ ମଙ୍ଗଳବାର ଦିଲ୍ଲୀ କାରୋଲ ବାଗରେ ଥିବା ଅର୍ପିତ ପ୍ୟାଲେସରେ ନିଆଁ ଲାଗି ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ଆହତ ହୋଇଥିଲେ । ହୋଟେଲ କରିଡରରେ କାଠ ଫ୍ରେମ୍ ବ୍ୟବହାର କରାଯାଇଥିବାରୁ ହୋଟେଲରେ ନିଆଁ ବ୍ୟାପି ଯାଇଥିଲା । ଫଳରେ ହୋଟେଲ ଭିତରେ ଥିବା ଲୋକ ସହଜରେ ବାହାରକୁ ବାହାରି ପାରନଥିଲେ । ହୋଟେଲର କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରା ଯାଇଥିଲା । ତେବେ ଜୀବନ ବଞ୍ଚାଇବା ପାଇଁ ୪ ମହଲାରୁ କିଛି ଲୋକେ ଡେଇଁ ପଡିଥିଲେ । ଏବେ ପୁଣିଥରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗତ ୩ ଦିନରେ ଦିଲ୍ଲୀରେ ତିନି ତିନିଟି ଅଗ୍ନିକାଣ୍ଡ ଘଟି ଲୋକେ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଛି ।

   Related Posts