LNJP ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡରେ ଲାଗିଲା ନିଆଁ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ୧୮/୧୦: ଦିଲ୍ଲୀର ଏଲଏନଜେପି ଡାକ୍ତରଖାନାରେ ଅଗ୍ନି କାଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ହଠାତ ଏହି ଚିକିତ୍ସାଳୟର ଜରୁରୀ କାଳୀନ ବିଭାଗରେ ନିଆଁ ଲାଗିଯାଇଥିବା ଜାଣିବା ପରେ ଦମକଳ ବିଭାଗର ୧୦ଟି ଗାଡ଼ି ସେଠାରେ ପହଞ୍ଚିଥିଲା । ବହୁତ ଚେଷ୍ଟା ପରେ ଅଗ୍ନୀଶମ କର୍ମଚାରୀମାନେ ନିଆକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି ।

ନିଆଁ ଲାଗିବା ପରେ ୱାର୍ଡରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇଯାଥିଲେ । ଏହି ଘଟଣାରେ କେହି ଆହତ ଓ କାହାରି ଜୀବନ ହାନି ହୋଇନଥିବା ସୂଚନା ମିଳିଛି । ଏହା ପରେ ପ୍ରଶାସନ ପକ୍ଷରୁ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ ଅଚାନକ ଏହି ଚିକିତ୍ସାଳୟର ଜରୁରି କାଳୀନ ଚିକିତ୍ସା ବିଭାଗରେ ନିଆଁ ଲାଗି ଯାଇଛି ।

wp:gallery {"ids":[528991],"linkTo":"none"} /wp:gallery

ଏହାପରେ ଡାକ୍ତରଖାନା ପରିସରରେ ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି । ନିଆଁ ଲାଗିବା ପରେ ସେଠାରେ ଥିବା ସୁରକ୍ଷାକର୍ମୀ ଓ ଡାକ୍ତରମାନେ ସେହି ୱାର୍ଡ ଭିତରେ ଥିବା କର୍ମଚାରୀ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଦିଲ୍ଲୀ ଦମକଳ ବାହିନୀର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଜରୁରି କଳୀନ ୱାର୍ଡର ସେମିନାର ହଲରେ ଥିବା ବ୍ୟାଟେରି ଓ ବୈଦ୍ୟୁତିକ ଚାର୍ଜିଂ ଉପକରଣରୁ ରାତିରେ ନିଆ ଲାଗି ଯାଇଥିଲା ।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସେଠାକୁ ଅଗ୍ନୀଶମ କର୍ମଚାରୀମାନଙ୍କ ସହିତ ଗାଡ଼ି ପଠାଇ ଦିଆଯାଇଥିଲା । ସୂଚନା ଥାଉକି ଏହା ପୂର୍ବରୁ ଅଗଷ୍ଟ ମାସରେ ତାର ସର୍ଟ ସର୍କିଟ ଯୋଗୁଁ ଏଲଏନଜି ହସ୍ପିଟାଲରେ ନିଆଲାଗିଯାଇଥିଲା , କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏଲଏନଜେପି ହସ୍ପିଟାଲଟି ଦିଲ୍ଲୀର ଜଣାଶୁଣା ହସ୍ପିଟାଲ ମଧ୍ୟରୁ ଅନ୍ୟତମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.