କପଡ଼ା ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

Published By : Prameya-News7 Bureau | May 20, 2022 IST

ସୋନପୁର, ୨୦/୦୫: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବଡବଜାର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ଜଳି ପୋଡି ନଷ୍ଟ ହୋଇଯାଇଛି । ଦିନ ଦ୍ୱିପ୍ରହରରେ କୌଣସି କାରଣରୁ ଗଙ୍ଗାଧରମେହେର ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା କ୍ଲଥ ଷ୍ଟୋରରେ ନିଆଁ ଲାଗିଯାଇଥିବା ବେଳେ ଏହା ଏକ କପଡା ଦୋକାନ ହୋଇଥିବାରୁ ଲକ୍ଷାଧିକ ଟଙ୍କାର କପଡା, ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି ।

ସଦର ଦମକଳ ବାହିନୀ ଖବର ପାଇ ତୁରନ୍ତ ତିନୋଟି ଗାଡି ନେଇ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାରେ ଲାଗିଥିବା ବେଳେ ଶହ ଶହ ଲୋକଙ୍କ ଭିଡ ଜମିଥିବା ଦେଖାଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.