Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଲ୍ଡିଂରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କରୁଥିଲେ ଚେଷ୍ଟା, ୧୯ ମହଲାରୁ ଖସି ଜଣେ ମୃତ

22/10/2021 at 1:32 PM

ମୁମ୍ୱାଇ ୨୨/୧୦: ବାଣିଜ୍ୟ ନଗରୀ ମୁମ୍ବାଇରେ ଥିବା ୬୦ମହଲା ବିଶିଷ୍ଟ ୧୯ ମହଲା କୋଠାରେ ଲାଗିଲା ନିଆଁ । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ନିକଟ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି ।

ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଆପାର୍ଟମେଣ୍ଟର ୧୯ ମହଲାରୁ ଖସିପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୁମ୍ବାଇ ମେୟର କିଶୋରୀ ପେଡନେକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଥାଉକି, ଘଟଣାର ଏକ ଚିତ୍ର ହସ୍ତଗତ ହୋଇଛି । ଦେଖିବାକୁ ମିଳୁଛି କି, ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ କିପରି ବିସ୍ଫୋରଣ ହୋଇଥିଲା ।

ଆଉ ଏହି ନିଆଁରୁ ବଞ୍ଚିବାକୁ ଜଣେ ଜଣେ ବ୍ୟକ୍ତି 19 ମହଲାରୁ ତଳକୁ ଡେଇଁ ପଡିବାକୁ ଚେଷ୍ଟା କରୁଛନ୍ତି । ହେଲେ କୌଣସି ଲାଭ ହୋଇନଥିଲା । ବରଂ ଭାରସାମ୍ୟ ହରାଇ ବ୍ୟକ୍ତିଟି ତଳେ ଖସିପଡିଥିଲେ । ଚିକ୍ତାର ଶୁଣି ଲୋକେ ଦୌଡି ତଳେ ପଡଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ଅରୁଣ ତିୱାରୀ ବୋଲି ଜଣାପଡିଛି । କୁହାଯାଉଛି ଯେ କୋଠାଟି ୬୦ ମହଲା ବିଶିଷ୍ଟ । ତେବେ କୌଣସି କାରଣରୁ 19 ମହଲାରେ ନିଆଁ ଲାଗିଯାଇଥିଲା।

   Related Posts