Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭୟାବହ ଅଗ୍ନିକାଣ୍ଡ, ମୁମ୍ବାଇ ଆଶିଆନା ଟାଓ୍ବାରରେ ଲାଗିଛି ନିଆଁ

4/06/2021 at 11:28 AM

ମୁମ୍ବାଇ ୪।୬: ମୁମ୍ବାଇ ଓସିୱାରା ଅଞ୍ଚଳର ଆଶିଆନା ଟାୱାରରେ ଅଗ୍ନିକାଣ୍ଡ । ଶୁକ୍ରବାର ସକାଳ ୮ଟାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଫଳରେ ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଏହି ଆଶିଆନା ଟାୱାର ନିକଟରେ ବହୁ ସଂଖ୍ୟକ ଆସବାବପତ୍ର ଦୋକାନ ରହିଛି । ଯଦି ଶୀଘ୍ର ନିଆଁକୁ ଆୟତ୍ତ କରା ନଯାଏ, ତେବେ ଆହୁରି ଭୟାବହ ସ୍ଥିତି ହେବ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଥିବା ଏକ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛିଲା । ନିଆଁ ଏତେ ଭୟାନକ ଥିଲା ଯେ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ୩ଟି ମୃତଦେହ ନିଆଁରେ ପୋଡି ଏମିତି ନଷ୍ଟ ହୋଇଯାଇଥିଲା ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା । ବିଳମ୍ବିତ ରାତିରେ ମଲର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୨୩ଟି ଦମକଳ ଗାଡି ଉପସ୍ଥିତ ଥିଲେ ।

ଏହି ମଲ୍ ର ତୃତୀୟ ମହଲାରେ କୋଭିଡ୍ ହସ୍ପିଟାଲ୍ ମଧ୍ୟ ନିର୍ମାଣ କରାଯାଇଥିଲା । ଯେଉଁଥିରେ ୭୦ରୁ ଅଧିକ ଲୋକ ସେହି ସମୟରେ ଚିକିତ୍ସିତ ହେଉଥିଲେ । ନିଆଁ ଲାଗିବା ମାତ୍ରେ ରୋଗୀମାନଙ୍କୁ ପ୍ରଥମେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

   Related Posts