ରାଜଧାନୀର ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଯାଇ ଫସିଗଲେ ୩ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୦୨।୦୧: ରାଜଧାନୀ ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ନୂଆଦିଲ୍ଲୀର ଉଦ୍ୟୋଗ ନଗର ପୀରଗଡି ନିକଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ଗାଡି ନିୟୋଜିତ । ଗୁରୁବାର ଦିନ ଭୋର ୪ଟା  ସମୟରେ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭା କାର୍ଯ୍ୟଚାଲୁଥିବା ସମୟରେ ଫ୍ୟାକ୍ଟ୍ରିରେ ଏକ ଜୋରଦାର ବିସ୍ଫୋରଣ ହୋଇଛି । ଯାହାଫଳରେ ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଫସି ରହିଛନ୍ତି । ଯାହାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  

wp:core-embed/twitter {"url":"https://twitter.com/ANI/status/1212602370401562625","type":"rich","providerNameSlug":"twitter","className":""}
https://twitter.com/ANI/status/1212602370401562625
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.