ଚଳନ୍ତା ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
28/02/2019 at 12:52 PM

ଆନନ୍ଦପୁର ୨୮|୨: ଆନନ୍ଦପୁର ଉଖଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାଲଡାହୀ ଗାଁ ନିକଟରେ ଗତକାଳି ବିଳମ୍ବିତ ତାରତିରେ ଏକ ଚଳନ୍ତା ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଟ୍ରକରେ ନିଆଁ ଲାଗିବାଦେଖି ଚାଳକ ତୁରନ୍ତ ଓହ୍ଲାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକ୍ ବ୍ୟାଟେରୀରୁ ସଟ୍ ର୍ସକିଟ୍ ହୋଇ ଏହି ନିଆଁ ଲାଗିଥବା ଅନୁମାନ କରାଯାଉଥିବାବଳେ ଖବରପାଇ ଘସିପୁରା ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସଂପୃକ୍ତ ଟ୍ରକ ଘସିପୁରା ଥାନା ବେଲବାହାଳି ଗାଁର ମୋହନ କୁମାର ସାହୁଙ୍କ ନାମରେ ରେଜିଷ୍ଟେସନ ଥିବା ଜଣାପଡିଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021