ବୋର୍ଡ ଅଫିସ୍ ଜାଳିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 19, 2018 IST

ସମ୍ବଲପୁର ୧୯|୧୨: ସମ୍ବଲପୁର ଜେଲ୍ ଛକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ଆସବାବ ପତ୍ର ସହ ଫାଇଲ୍ ପତ୍ର ପୋଡି ଯାଇଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ ୨ଟି ଗାଡି ମଧ୍ୟ ପୋଡିଯାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳ ସମର୍ଥ ବର୍ମା ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିଛନ୍ତି । ୪ରୁ ୫ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ନିଆଁ ଲଗାଯାଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.