ପୁଣେରେ ଭୟାବହ ଅଗ୍ନିକାଣ୍ଡ ; ନିଆଁ ଲିଭା କାର୍ଯ୍ୟରେ ୩୦ଟି ଦମକଳବାହିନୀ ନିୟୋଜିତ

Published By : Prameya-News7 Bureau | November 28, 2018 IST

ପୁଣେ ୨୮|୧୧:  ମହାରାଷ୍ଟ୍ରର ପୁଣେ ଶିବାଜୀନଗରରେ ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ ପୁଣେର ଶିବାଜୀନଗର ନିକଟସ୍ଥ ପାଟିଲ୍‌ ଇଷ୍ଟେଟ୍‌ ଲେନ୍‌-୩ଠରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୩୦ଟି ଦମକଳ ଗାଡି ସହ ଶତାଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ବସ୍ତିଟି ସଂପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଫଳରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.